www.samajalive.in
Wednesday, December 10, 2025
17.1 C
Bhubaneswar

ସାହା ହେଲେ ସବ୍ୟ : ଗୁଜରାଟରୁ ଫେରିଲେ ଗୌରୀ

ଭୁବନେଶ୍ୱର : ଇଏ କୌଣସି ଚଳଚ୍ଚିତ୍ରର କାହାଣୀ ନୁହଁ। ବାସ୍ତବ ଜୀବନର କଥା। ଲକ୍‍ଡାଉନ୍‍ ପୂର୍ବରୁ ଗୁଜରାଟ ଯାଇ ଫସି ଯାଇଥିବା ଜଣେ ମହିଳା ଶେଷରେ ଅଭିନେତା ସବ୍ୟସାଚୀଙ୍କ ଉଦ୍ୟମକ୍ରମେ ଓଡ଼ିଶା ଫେରିଆସିବାରେ ସଫଳ ହୋଇଛନ୍ତି। ସବ୍ୟଙ୍କ ଏହି କାର୍ଯ୍ୟ ପାଇଁ ସାବାସି ଜଣାଇଛନ୍ତି ଗୌରୀଙ୍କ ସ୍ୱାମୀ ୮୨ ବର୍ଷୀୟ ଜଗବନ୍ଧୁ ସାହୁ।
ପୂରା ଘଟଣା ଏମିତି। ବାଲେଶ୍ୱର ସୋର ଅଞ୍ଚଳର ଜଗବନ୍ଧୁଙ୍କ ପତ୍ନୀ ଗୌରୀ ଲକ୍‍ଡାଉନ୍‍ ପୂର୍ବରୁ ଗୁଜରାଟର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଯେତେ ଚେଷ୍ଟା କଲେ ବି ସେ ଫେରି ପାରିନଥିଲେ। ଏପଟେ ଗୌରୀଙ୍କୁ ମନେପକାଇ ଜଗବନ୍ଧୁ ଓ ତାଙ୍କ ପରିବାର ବ୍ୟସ୍ତ ବିବ୍ରତ ହେଉଥିଲେ।
ସବୁଆଡୁ ନିରାଶ ହୋଇ ଘଟଣାସମ୍ପର୍କରେ ଜଗବନ୍ଧୁଙ୍କ ପୁଅ ମୋହନ ଶେଷରେ ସବ୍ୟସାଚୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେ ବସ୍‍ ବ୍ୟବସ୍ଥା କରି ଗୌରୀଙ୍କୁ ଫେରାଇ ଆଣିଥିଲେ ଓଡ଼ିଶା। ଗୌରୀଙ୍କୁ ପାଖରେ ପାଇ ଜଗବନ୍ଧୁ ତଥା ତାଙ୍କ ପରିବାର କେବଳ ଉଲ୍ଲସିତ ହୋଇନାହାନ୍ତି ଜଣେ ଅଭିନେତା ବିପଦ ସମୟରେ ଏଭଳି ସହଯୋଗ କରିଥିବାରୁ ବଧାଇ ଜଣାଇଛନ୍ତି। ସବ୍ୟ ମଧ୍ୟ ତାଙ୍କ ଫେସ୍‍ବୁକ୍‍ରେ ଉଲ୍ଲେଖ କରିଛନ୍ତି ଭଲ ପାଇବା ଆଗରେ ବୟସ ଆଉ ସମସ୍ୟା ହାର୍‍ ମାନେ ତାହା ଏହି ଘଟଣାରୁ ପ୍ରମାଣିତ ହେଉଛି। ଯୁବପିଢ଼ି ଏଥିରୁ ଶିଖିବା ଉଚିତ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories