www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଟୋଲକର୍ମୀଙ୍କୁ ଚାପୁଡା ପରେ ଚାପୁଡା ମାରି ମହିଳା କଲେ ରକ୍ତାକ୍ତ, ଘଟିଥିଲା ଏମିତି କିଛି.. 

ନୂଆଦିଲ୍ଲୀ : ହାପୁରର ଛିଜାରସୀ ଟୋଲ୍‌ ପ୍ଲାଜାରେ ଜଣେ ମହିଳା ଟୋଲକର୍ମୀଙ୍କୁ ଖୁବ୍‌ ମାଡ ମାରିଛନ୍ତି। ଏହାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଘଟଣା କ୍ରମେ,କାର୍‌ରେ ଯାତ୍ରା କରୁଥିବା ଜଣେ ମହିଳା ଓ ଟୋଲକର୍ମୀ ମଧ୍ୟରେ ସାମାନ୍ୟ ଯୁକ୍ତି-ତର୍କ ପରେ ଶେଷରେ ମାଡପିଟ୍‌ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା । ଫାଷ୍ଟାଗ୍‌କୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଧିରେ ଧିରେ ପରିସ୍ଥିତି ବିଗିଡି ଯାଇଥିଲା। ମହିଳା ଜଣକ ଟୋଲକର୍ମୀ ବସିଥିବା ସ୍ଥାନକୁ ଯାଇ ଚାପୁଡା ପରେ ଚାପୁଡା ମାରିବା ସହ ଅନେକ ସମୟ ଧରି ମାଡପିଟ୍‌ କରିଥିଲେ । ଏହାପରେ ଟୋଲକର୍ମୀ ମଧ୍ୟ ମହିଳାଙ୍କ ସହ ଥିବା ଅନ୍ୟ ୨ ଜଣଙ୍କ ସହ ମାଡପିଟ୍‌ କରିଥିଲେ। ଏହି ସମସ୍ତ ଘଟଣା ଟୋଲ ପ୍ଲାଜାରେ ଥିବା ସିସିଟିଭିରେ କଏଦ ହୋଇଥିଲା ।

- Advertisement -

ମାତ୍ର ଯୁକ୍ତି-ତର୍କ ପରେ ମହିଳା ଜଣକ ପ୍ରଥମେ ଟୋଲକର୍ମୀଙ୍କ ଉପରକୁ ହାତ ଉଠାଇ ଚାପୁଡା ମାରିଥିଲେ । ଏହି ଘଟଣା ରବିବାର ସନ୍ଧ୍ୟା ସମୟର । ମୁରାଦାବାଦରୁ ନୋଏଡା ଯାଉଥିବା ଏକ କାର୍‌ ଦିଲ୍ଲୀ-ଲଖନଉ ୯ ନମ୍ବର ଜାତୀୟ ପଥର ପିଲଖୁବା ସ୍ଥିତ ଛିଜାରସୀ ଟୋଲ ପ୍ଲାଜାରେ ପହଞ୍ଚିଥିଲା । କାର୍‌ରେ ୨ ଜଣ ମହିଳା ଓ ୨ ଜଣ ପୁରୁଷ ଯାତ୍ରା କରୁଥିଲେ । ଟୋଲ ପ୍ଲାଜାର ସ୍କାନିଙ୍ଗ୍‌ ମେସିନ୍‌ରେ ଫାଷ୍ଟାଗ ବ୍ଲାକ୍‌ଲିଷ୍ଟ ଦେଖା ଯାଇଥିଲା । ଫଳରେ ଟୋଲକର୍ମୀ ଟୋଲ ଶୁଳ୍କ ସହ ଜୋରିମାନା ଦେବାକୁ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି-ତର୍କ ଆରମ୍ଭ ହୋଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ ମହିଳା ଜଣକ ଏଥିରେ ଖୁବ୍‌ ଜୋର୍‌ରେ ରାଗି ଯାଇ ଜୋରିମାନା ଦେବାକୁ ଅରାଜି ହୋଇଥିଲେ ।

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶି ହେବେ ଭାଗ୍ୟବାନ୍‌, ହଠାତ୍‌ ମିଳିବ ଧନ, ଚାକିରି, ରହିବନି ଚିନ୍ତା..

ରାଗରେ ମହିଳା ଜଣକ ଟୋଲ ବୁଥ୍‌ ଭିତରକୁ ପଶି ଟୋଲକର୍ମୀଙ୍କ ଉପରକୁ ହାତ ଉଠାଇଥିଲେ । ଭିଡିଓରେ ଦେଖାଯାଉଛି, ମହିଳା ଜଣକ ବାରମ୍ବାର ଟୋଲକର୍ମୀଙ୍କ ଉପରକୁ ହାତ ଉଠାଇ ଚାପୁଡା ପରେ ଚାପୁଡା ମାରି ଚାଲିଛନ୍ତି । ନିକଟରେ ଥିବା ଆଉ ଜଣେ ଟୋଲକର୍ମୀ ହାତ ଯୋଡି ମହିଳାଙ୍କୁ ଶାନ୍ତ ହେବାକୁ କହିଥିଲେ । ଘଟଣା ପରେ ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି । ମାଡପିଟ୍‌ରେ ଟୋଲକର୍ମୀ ଆହତ ହୋଇଛନ୍ତି । ମହିଳାଙ୍କ ସମେତ କାର୍‌ରେ ଥିବା ଅନ୍ୟମାନଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ନିବେଦନ କରିଛନ୍ତି । ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି ।

ଦେଖନ୍ତୁ ଭିଡିଓ ; ଯାତ୍ରୀବାହୀ ବସ୍‌ ଉପରେ ଚଢିଗଲା ଦନ୍ତାହାତୀ

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories