‘ସଂଗଠନ ସର୍ଜନ ଅଭିଯାନ’ ଆରମ୍ଭ କଲେ ରାହୁଲ, କହିଲେ ଜିଲା ନେତୃତ୍ୱ ଉପରେ ଧ୍ୟାନ ଦିଅନ୍ତୁ

ଜିଲ୍ଲା କଂଗ୍ରେସ ମୁଖ୍ୟମାନଙ୍କୁ ସଶକ୍ତୀକରଣ: ରାହୁଲ ସାଂଗଠନିକ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବେ
ନୂଆଦିଲ୍ଲୀ : ଗୁଜୁରାଟର ମୋଡାସାରେ ଆୟୋଜିତ ‘ସଂଗଠନ ସର୍ଜନ ଅଭିଯାନ’କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଉଦଘାଟିତ କରିଛନ୍ତି।  ଏଆଇସିସି ଅଧିବେଶନରେ ଯେ ଜିଲା କଂଗ୍ରେସ କମିଟିକୁ ସଶକ୍ତ ପାଇଁ ପ୍ରଥମ ବୈଠକ ଆରମ୍ଭ ସହ ଦଳରେ ସାଂଗଠନିକ ସଂସ୍କାର ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଏହାସହିତ ଜିଲା ନେତୃତ୍ୱ ଉପରେ ଧ୍ୟାନ ଦିଅନ୍ତୁ ବୋଲି ରାହୁଲ ଗାନ୍ଧୀ କଂଗ୍ରେସ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳର ସଂଗଠନ ଗଠନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରି କହିଛନ୍ତି ଯେ ଜିଲା ସଭାପତିମାନଙ୍କୁ ଦଳୀୟ ସଂଗଠନର ମୂଳଦୁଆ କରାଯିବ। ଅହମଦାବାଦରେ ୮୪ତମ ଏଆଇସିସି ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧୀ ସଂରକ୍ଷଣ ବ୍ୟବସ୍ଥାରେ ପ୍ରମୁଖ ସଂସ୍କାର କରିବା ବିଷୟରେ କଥା ହୋଇଛନ୍ତି।

ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ସମେତ ଦେଶବ୍ୟାପୀ ୩୦୦୦ ରୁ ଅଧିକ ପ୍ରତିନିଧି ଏଆଇସିସି ଅଧିବେଶନରେ ଯୋଗ ଦେଇଛନ୍ତିି। ସେମାନେ ଦଳ ସମ୍ମୁଖରେ ଭବିଷ୍ୟତର ରାଜନୈତିକ ଚ୍ୟାଲେଞ୍ଜ ଏବଂ ଆଗାମୀ ନିର୍ବାଚନ ପାଇଁ ରଣନୀତି ଉପରେ ଆଲୋଚନା କରିଥିବା ସୂଚନା ମିଳିଛି।

ଏଆଇସିସି ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ କହିଛନ୍ତି ଯେ ଏହି ଅଧିବେଶନର ପ୍ରଥମ ଉଦ୍ଦେଶ୍ୟ ହେଉଛି ଜିଲା କଂଗ୍ରେସ କମିଟି (ଡିସିସି) ଏବଂ ସେମାନଙ୍କର ସଭାପତିମାନଙ୍କୁ ସଶକ୍ତ କରି ଏବଂ ଉତ୍ତରଦାୟିତ୍ୱର ଏକ ନୂତନ ବ୍ୟବସ୍ଥା ପ୍ରଚଳନ କରି ଦଳୀୟ ସଂଗଠନକୁ ମଜବୁତ କରିବା। ଏହା କେବଳ ଆରମ୍ଭ ବୋଳି ସେ ପ୍ରକାଶ କରିଛନ୍ତି।

Comments are closed.