ଗଭୀର କୂଅରୁ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ପାଟଣା : ଗଭୀର କୂଅରେ ପଡି ଗୁରୁତର ହୋଇଥିବା ଜଣେ ମହିଳାଙ୍କୁ ଆଜି ସନ୍ଧ୍ୟାରେ ପାଟଣା ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ପାଟଣା ବ୍ଲକ ଅନ୍ତର୍ଗତ କାଶୀପୁର ଗ୍ରାମର କ୍ଷୀରୋଦିନୀ ମହାନ୍ତ(୫୦)ନାମ୍ନୀ ଜଣେ ମହିଳା ଆଜି ଅପରାହ୍ନରେ ଏକ ୩୫ ଫୁଟ ଗଭୀର କୂଅରେ ପଡିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଅଗ୍ନିଶମ ବାହିନୀକୁ ଖବର ଦିଆଯିବାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆଜି ସନ୍ଧ୍ୟା ୭ ଟା ପରେ କୂଅ ଭିତରୁ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛି। ମହିଳା ଜଣକ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

Comments are closed.