www.samajalive.in
Monday, December 15, 2025
16.1 C
Bhubaneswar

ଅନ୍ଧବିଶ୍ବାସ ନେଲା ଜୀବନ; ସାପ କାମୁଡ଼ାରେ ମହିଳା ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଖମାର ଥାନା ପୁରୁଣାପାଣି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସାପ କାମୁଡ଼ିବା ପରେ ଡାକ୍ତରଖାନା ନନେଇ ଗୁଣିଆ ପାଖରେ ପକାଇ ରଖିବା ଯୋଗୁ ଚାଲିଯାଇଛି ମହିଳାଙ୍କ ଜୀବନ। ମୃତ ମହିଳା ହେଲେ ପୁରୁଣାପାଣି ଗ୍ରାମର ଆନନ୍ଦ ପେସୋଇଙ୍କ ପତ୍ନୀ ପୃଷ୍ଠା ପେଣୋଇ(୪୭) ।

ସୂଚନା ଅନୁସାରେ , ଶୁକ୍ରବାର ବିଳମ୍ବିତ ରାତିରେ ପୃଷ୍ଠା ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ଏହା ଜାଣିବା ପରେ ନିକଟସ୍ଥ ଗୁଣିଆ ପାଖକୁ ନେଇଥିଲେ । ସେଠାରେ ଝାଢ଼ଫୁଙ୍କ କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ସକଳେ ତାଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

- Advertisement -

ସେହିପରି ଦଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁଦ୍ମିନା ପ୍ରଧାନ(୭୫) । ସେ ଆଜି ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୋଳ ଥାନା ପୁଲିସ ଦୁଇ ପୃଥକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories