www.samajalive.in
Sunday, December 14, 2025
19.1 C
Bhubaneswar

ହଜିଗଲା ମାନବିକତା; ଡହଡହ ଖରାରେ ଶ୍ରମିକ କରୁଛି ନିର୍ମାଣ କାମ

ହରଭଙ୍ଗା: ପ୍ରଚଣ୍ଡ ତାତିରେ ସାରା ଓଡ଼ିଶା ସିଜୁଛି। ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ତାଲିକାରେ ବୌଦ୍ଧ ଜିଲ୍ଲା ଆଗରେ ରହିଛି।ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରମିକଙ୍କୁ ଟାଣ ଖରାରେ କାମ ନକରାଇବାକୁ ଦେଇଥିବା ନିର୍ଦ୍ଦେଶକୁ ଉଲ୍ଲଂଘନ ଘଟଣା ପୂର୍ତବିଭାଗର ଶ୍ରମିକମାରଣା ନୀତିକୁ ପଦାରେ ପକାଇଛି।

ପ୍ରକାଶ ଯେ, ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ହରଭଙ୍ଗା ବ୍ଲକର ହରଭଙ୍ଗା-ଚାରିଛକ ପୂର୍ତବିଭାଗ ରାସ୍ତାର ସ୍କୁଲ, ମେଡିକାଲ ସମ୍ମୁଖରେ ସ୍ପିଡ ବ୍ରେକର(ହମ୍ପ୍‌ସ) ପୂର୍ତବିଭାଗ ପକ୍ଷରୁ ନିର୍ମାଣ ଚାଲିଛି। ମାତ୍ର ସବୁଠାରୁ ଅଧିକ ଉତ୍ତପ୍ତ ଜିଲ୍ଲାରେ ଉଦୁ ଉଦିଆ ଦିନ ୨ଟା ଟାଣ ଖରାରେ ଶ୍ରମିକଙ୍କୁ ନିର୍ମାଣ କାମରେ ନିୟୋଜିତ କରାଯିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଏଭଳି କାର୍ଯ୍ୟ ଉପରେ ତୁୁରନ୍ତ ଶ୍ରମବିଭାଗ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି। ଏ ସମ୍ପର୍କରେ ପଚରାଉଚରା ପାଇଁ ପୂର୍ତବିଭାଗ ପୁରୁଣାକଟକ ସେକ୍ସନ ଯନ୍ତ୍ରୀ ପଂଚାନନ ସାହୁଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସମ୍ଭବ ନହେବାରୁ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories