www.samajalive.in
Sunday, December 14, 2025
23.1 C
Bhubaneswar

ବିରୋଧୀଙ୍କୁ ହାଇ ଭୋଲଟେଜ୍ ଝଟ୍‌କା: ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଯାଜପୁର : ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଅନ୍ୟତମ ଗଡ଼ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦୁଇ ବ୍ଲକ ସୁକିନ୍ଦା ଓ ଦାନଗଦି ବ୍ଲକକୁ ବିଜେଡି କରାୟତ କରିଥିଲା । ହେଲେ ସତେ ଯେମିତି ଏଥିରେ ସନ୍ତୁଷ୍ଟ ହୋଇ ନାହାନ୍ତି ବରିଷ୍ଠ ରାଜନେତା ଡଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଓ ତାଙ୍କ ସୁପୁତ୍ର ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ରାଜନୀତିରେ ସଙ୍ଗଠନକୁ ପ୍ରାଧାନ୍ୟ ଦେଉଥିବା ଇଂ ଘଡାଇ ବିଭିନ୍ନ ସମୟରେ ବିଜେପି ଓ କଂଗ୍ରେସ ଶିବିର ଉପରେ ନଜର ପକାଇବାରେ ଅବହେଳା କରନ୍ତି ନାହିଁ । ଫଳରେ ବର୍ଷ ତମାମ ଏହି ନିର୍ବାଚନ ମଣ୍ଡଳୀରେ ମିଶ୍ରଣ ପର୍ବ ଦେଖିବାକୁ ମିଳେ । ଯାହା ବିଜେଡିର ବଳ ବଢ଼ାଇ ବିରୋଧି ଶିବିରକୁ ଦୁର୍ବଳ କରିଥାଏ । ରବିବାର ଦଳର ଲୋକ ସଂପର୍କ ଏବଂ ସଂଗଠନ ସୁଦୃଢ଼ ଲକ୍ଷ୍ୟରେ ଦାନଗଦୀ ବ୍ଲକରେ ବିଜେଡିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିରୋଧି ଶିବିରର ଶତାଧିକ ମହିଳା, ଯୁବକମାନେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ଫଳରେ ଦେଉଳକଣ ଓ ନଛିପୁରା ପଞ୍ଚାୟତରେ ବିଜେଡି ବେଶ୍ ଶକ୍ତିଶାଳୀ ହୋଇଛି । ଆଜି ନିଜେ ମନ୍ତ୍ରୀ ଇଂ ଘଡାଇ ନେତା ଓ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଜେଡି ଦଳକୁ ସ୍ୱାଗତ କରିଥିଲେ । ନିଜ ଅଭିଭାଷଣରେ ମନ୍ତ୍ରୀ କହିଥିଲେ, ସୁକିନ୍ଦା ବିକାଶରେ ଆପଣ ଜଣେ ଜଣେ ସାରଥୀ । ମୁଖ୍ୟମନ୍ତ୍ରୀ ଓ ଦଳର ବିଚାରଧାରାରେ ସାମିଲ ହୁଅନ୍ତୁ ଓ ଆମ ସୁନାର ସୁକିନ୍ଦାର ବିକାଶ ରଥକୁ ଆଗକୁ ନିଅନ୍ତୁ । ଆମେ କାନ୍ଧକୁ କାନ୍ଧ ମିଳାଇ କାମ କଲେ ସୁକିନ୍ଦାବାସୀଙ୍କ ମୁହଁରେ ହସ ଫୁଟିବ । ଯାହା ଆମର ସଫଳତା ହେବ । କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଦାନଗଦି ବ୍ଲକ ପ୍ରତିନିଧି ପ୍ରଦୀପ ମହାନ୍ତିଙ୍କ ସମେତ ଅନ୍ୟ ନେତୃବୃନ୍ଦ ସାମିଲ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ବିରୋଧି ଶିବିରରେ ନୈରାଶ୍ୟ ଭରି ଦେଇଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories