www.samajalive.in
Monday, December 15, 2025
14.1 C
Bhubaneswar

ଜୁନ ୧୭ରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୧୭ରୁ ଆରମ୍ଭ ହେବ। ରାଜ୍ୟସଭା ବୈଠକ ଆସନ୍ତା ଗୁରୁବାରଠାରୁ ବସିବ। ଏହି ଅଧିବେଶନ ଆସନ୍ତା ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ନୂତନ ଲୋକସଭାର ଏହା ପ୍ରଥମ ଅଧିବେଶନ ହୋଇଥିବାରୁ ମୁଖ୍ୟତଃ ନବନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ, ଲୋକସଭା ବାଚସ୍ପତିଙ୍କ ନିର୍ବାଚନ, ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଏବଂ କେନ୍ଦ୍ର ବଜେଟ୍‍ ଉପରେ ଏହି ଅଧିବେଶନର କାର୍ଯ୍ୟଧାରା କେନ୍ଦ୍ରିତ ରହିବ।

ଆସନ୍ତା ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଆସନ୍ତା ମାସ ୫ ତାରିଖରେ ସଂସଦରେ ବଜେଟ୍‍ ଉପସ୍ଥାପନ କରାଯିବ। ଏ ନେଇ ନୂଆଦିଲ୍ଲୀଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ କେନ୍ଦ୍ର ସରକାର ବିରୋଧୀ ଦଳଗୁଡ଼ିକର ସହଯୋଗ କାମନା କରିଛନ୍ତି। ଏହି ଅଧିବେଶନ କାଳରେ ତିନି ତଲାକ ବିଲ୍‍ ସମେତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ (ଶିକ୍ଷକ ସଂରକ୍ଷଣ ବିଲ୍‍) ଆଧାର ଏବଂ ଅନ୍ୟାନ୍ୟ କେତେକ ସଂଶୋଧିତ ବିଲ୍‍ ଉପସ୍ଥାପନ କରାଯିବ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ୍‍ ଯୋଶୀ କହିଛନ୍ତି, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗକୁ ନେଇ ଆସନ୍ତା ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ବିଭିନ୍ନ ଦଳର ସଭାପତିମାନଙ୍କ ସହ ଆଲୋଚନା କରିବେ। ଏହି ପରିପ୍ରେକ୍ଷୀରେ ୨୦ତାରିଖ ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କ ସହ ବିଚାର ଆଲୋଚନା କରିବେ ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି।

- Advertisement -

ଏହି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କଂଗ୍ରେସର ଗୁଲାମନବୀ ଆଜାଦ ଏବଂ ଆନନ୍ଦ ଶର୍ମା, ଏନ୍‍.ସି.ପି.ର ସୁପ୍ରିୟା ସୋଲେ, ଡି.ଏମ୍‍.କେ.ର ଟି.ଆର୍‍. ବାଲୁ, ଟି.ଏମ୍‍.ସି.ର ଡେରେକ୍‍ ଓବ୍ରୟେନ୍‍, ନ୍ୟାସନାଲ୍‍ କନ୍‍ଫରେନ୍ସ ନେତା ଫାରୁକ୍‍ ଅବଦୁଲ୍ଲା, ଏ.ଆଇ.ଏ.ଡି.ଏମ୍‍.କେ.ର ନବନିଥ କ୍ରିଷ୍ଣନ୍‍ ଏବଂ ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories