www.samajalive.in
Saturday, December 13, 2025
14.1 C
Bhubaneswar

ସକାରାତ୍ମକ ଆଲୋଚନା ପାଇଁ ସରକାର ପ୍ରସ୍ତୁତ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜନସାଧାରଣଙ୍କ କଲ୍ୟାଣ ଜଡ଼ିତ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବା ଏବଂ ସଂସଦ ପରିଚାଳନାରେ ସରକାରଙ୍କ ସହ ମିଳିମିଶି କାର୍ଯ୍ୟ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଉଠାଯାଉଥିବା ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ସକାରାତ୍ମକ ଆଲୋଚନା ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି। ସୋମବାର ପାର୍ଲାମେଣ୍ଟର ବଜେଟ୍‍ ଅଧିବେଶନର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀରେ ରାଜ୍ୟସଭା ଓ ଲୋକସଭାରେ ବିଭିନ୍ନ ଦଳର ନେତାମାନଙ୍କୁ ଉଦ୍‍ବୋଧନ ଦେବା ଅବସରରେ ମୋଦୀ ଏହା କହିଛନ୍ତି। ମୋଦୀ ନବନିର୍ବାଚିତ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସଂସଦର କାର୍ଯ୍ୟଧାରାରେ ନୂତନ ଉନ୍ମାଦ ଓ ଉଚ୍ଛ୍ୱାସ ଭରିଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସବୁ ଦଳ ସେମାନଙ୍କର ରାଜନୈତିକ ମତଭେଦକୁ ପଛରେ ପକାଇ ରାଷ୍ଟ୍ରର ବିକାଶ ଦିଗରେ ଅକ୍ଳାନ୍ତ ଉଦ୍ୟମ ଜାରି ରଖିବା ଉଚିତ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ସବୁ ନେତାମାନଙ୍କୁ କହିଛନ୍ତି, ଲୋକ ପ୍ରତିନିଧି ଭାବେ ସାଂସଦମାନେ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ କେତେଦୂର ସମର୍ଥ, ସେ ବିଷୟରେ ଆତ୍ମସମୀକ୍ଷା କରିବା ଆବଶ୍ୟକ। ଆସନ୍ତା ୨୦୨୨ ମସିହା ସୁଦ୍ଧା ନବଭାରତ ନିର୍ମାଣ ଦିଗରେ ସରକାରଙ୍କୁ ସହଯୋଗ କରିବାପାଇଁ ସେ ସବୁ ନେତାଙ୍କୁ ଅନୁରୋଧ କରିବା ସହିତ ‘ସବ୍‍ କା ସାଥ୍‍, ସବ୍‍ କା ବିକାଶ ଓ ସବ୍‍ କା ବିଶ୍ୱାସ’ର ବାସ୍ତବତାକୁ ପରିପୂରଣ କରିବା ଦିଗରେ କାର୍ଯ୍ୟ କରିବାପାଇଁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସାଂସଦମାନେ ହେଉଛନ୍ତି ଜନସାଧାରଣଙ୍କ ପାଇଁ, ଗୃହର କାର୍ଯ୍ୟରେ ବାଧା ଉପୁଜାଇ ସେମାନେ ଲୋକମାନଙ୍କ ହୃଦୟକୁ ଜୟ କରିପାରିବେ ନାହିଁ। ବିନା ବାଧାରେ ଗୃହକାର୍ଯ୍ୟକୁ ସୁଚାରୁରୂପେ ପରିଚାଳନାପାଇଁ ବୈଠକରେ ସବୁ ଦଳ ପକ୍ଷରୁ ସହମତି ପ୍ରକାଶ ପାଇଛି। ତିନି ତଲାକ୍‍ ବିଲ୍‍ ସହିତ ଅନ୍ୟ ଯେଉଁସବୁ ବିଲ୍‍ ସଂସଦର ଏହି ଅଧିବେଶନରେ ଉପସ୍ଥାପିତ ହେବାକୁ ଅଛି, ସେସବୁ ମଧ୍ୟରେ ରହିଛି, କେନ୍ଦ୍ରୀୟ ଶିକ୍ଷା ପ୍ରତିଷ୍ଠାନ (ଶିକ୍ଷକ କ୍ୟାଡର୍ ସଂରକ୍ଷଣ) ବିଲ୍‍ ଏବଂ ଆଧାର ଓ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍‍-୨୦୧୯।

- Advertisement -

ଏହି ଅଧିବେଶନ ଆସନ୍ତାମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ଗୁରୁବାର ଦିନ ଉଭୟ ଗୃହର ମିଳିତ ବୈଠକରେ ଉଦବୋଧନ ଦେବେ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories