www.samajalive.in
Sunday, December 7, 2025
26.1 C
Bhubaneswar

ଦାରିଙ୍ଗବାଡ଼ିରେ ପହିଲି ଶୀତ : ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: କନ୍ଧମାଳ ଜିଲାକୁ ଛୁଇଁଛି ଶୀତର ପହିଲି ସ୍ପର୍ଶ। ସର୍ବନିମ୍ନ ତାପମାତ୍ରା ହ୍ରାସ ଯୋଗୁଁ ସକାଳେ ଥଣ୍ଡା ଅନୁଭୂତ ହେଉଛି। ଦିନରେ ସାମାନ୍ୟ ତାପମାତ୍ରା ରହୁଥିବାବେଳେ ରାତିରେ ଶୀତ ଲାଗୁଛି। ପୁଣି ସକାଳ ସମୟରେ ଘନ କୁହୁଡ଼ି ମଧ୍ୟ ପଡ଼ିଲାଣି। ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି। ଫଳରେ ଫୁଲବାଣୀ ସମେତ ଦାରିଙ୍ଗବାଡ଼ି, ବେଲଘର, ଘୁ.ଉଦୟଗିରି, କୋଟଗଡ଼, ସୁବର୍ଣ୍ଣଗିରି, ରାଇକିଆ ଅଞ୍ଚଳ‌ରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି। ଅନ୍ୟପଟେ ଅନୁଗୋଳରେ ରାତି ତାପମାତ୍ରା ୧୮.୪, କେନ୍ଦୁଝର ୧୯.୪, ସୁନ୍ଦରଗଡ ୧୯, ଭବାନୀପାଟଣା ୧୮.୪, କୋରାପୁଟ ୧୯.୮ ଏବଂ ରାଉରକେଲାରେ ୧୯.୮ ଡିଗ୍ରୀ ପାରଦ ରହିଛି। ଅନ୍ୟାନ୍ୟ ସ୍ଥାନ ଗୁଡିକରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି। କନ୍ଧମାଳରେ ଅକ୍ଟୋବର ପ୍ରଥମ ସପ୍ତାହରୁ ଶୀତ ପଡିବା କଥା, ହେଲେ ଚଳିତ ବର୍ଷ ବିଳମ୍ବ ହୋଇଛି। ଏଥିସହିତ କୋରାପୁଟ, ମାଲକାନଗିରି, ଗଜପତି ଆଦି ଅଞ୍ଚଳରେ ମଧ୍ୟ ଶୀତ ପଡିବାରେ ବିଳମ୍ବ ହୋଇଥିବା କୁହାଯାଉଛି।
ଅନ୍ୟଏକ ଘଟଣାକ୍ରମରେ ରବିବାର ସକାଳ ପ୍ରାୟ ୭ଟା ୧୦ମିନିଟରେ ରାଜଧାନୀର କିଛି ସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଚର୍ଚ୍ଚା ହୋଇଛି। କେତେକ ସ୍ଥାନରେ ବଡ଼ ଶବ୍ଦ ହୋଇଥିବା ବେଳେ ଆଉ କେହି ଝଟକା ଅନୁଭବ କରିଥିବା କହୁଛନ୍ତି। ମୃଦୁ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଭାରତୀୟ ଭୂକମ୍ପ ବିଜ୍ଞାନ ବିଭାଗ ଏହି ମୃଦୁ ଭୂକମ୍ପ ସଂପର୍କରେ କୌଣସି ସୂଚନା ପ୍ରକାଶ କରିନାହିଁ। ଏଭଳି ଝଟ୍‌କା କେବଳ ୨ରୁ ୩ ସେକେଣ୍ଡ ପାଇଁ ରାଜଧାନୀବାସୀ ଅନୁଭବ କରିଥିବା କୁହାଯାଉଛି।
ଅନ୍ୟପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୫ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। କିନ୍ତୁ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ କରିନାହିଁ। ଅନ୍ୟପଟେ କିଛି ଘରୋଇ ମଡେଲ ଆକଳନ କରିଛନ୍ତି ଯେ, ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଆସନ୍ତା ୭ କିମ୍ବା ୮ ତାରିଖ ସୁଦ୍ଧା ଏକ ଲଘୁଚାପରେ ପରିଣତ ହୋଇପାରେ। ସମ୍ଭାବ୍ୟ ଲଘୁଚାପ ତାମିଲନାଡୁ ଏବଂ ଶ୍ରୀଲଙ୍କା ଆଡକୁ ମୁହାଁଇବା ସମ୍ଭାବନା ରହିଥିବାରୁ ଓଡ଼ିଶା ଲାଗି ସେଭଳି ପ୍ରଭାବ ନଥିବା ଆକଳନ କରାଯାଇଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories