www.samajalive.in
Monday, December 8, 2025
16.1 C
Bhubaneswar

ଶୀତଦିନ ପାଇଁ କିଛି ସରଳ ଉପାୟ ; ଖାଆନ୍ତୁ ଏହି ୫ଟି ଖାଦ୍ୟ

ଶୀତଋତୁରେ ଥଣ୍ଡା କାଶ ଭଳି ସମସ୍ୟା ହେବା ସାଧାରଣ କଥା । ଏହାସହ ଅନେକ ସମୟରେ ପାଗରେ ପରିବର୍ତ୍ତନ ଓ ଅତ୍ୟଧିକ ଥଣ୍ଡା ଫଳରେ ଜ୍ୱର ମଧ୍ୟ ହୋଇଥାଏ। ବିଶେଷ କରି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ବ୍ୟକ୍ତି ସହଜରେ ସଂକ୍ରମିତ ହୋଇଥାଆନ୍ତି। ଏଭଳି ସମସ୍ୟାରୁ ନିଜକୁ ରକ୍ଷା କରିବାକୁ ତଥା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ନିଜ ଖାଦ୍ୟରେ କିଛି ପୁଷ୍ଟିକର ଓ ସ୍ୱତନ୍ତ୍ର ଖାଦ୍ୟ ସାମିଲ କରିବା ଆବଶ୍ୟକ। ଜାଣନ୍ତୁ….
କମଳା
କମଳା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଅନେକ ଲୋକଙ୍କୁ ଏହା ଖାଇବାକୁ ମଧ୍ୟ ପସନ୍ଦ। କମଳାରେ ବହୁତ ଫାଇବର ଅଛି । ଏଥିରୁ ମିଳୁଥିବା ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାସହ ଶରୀରକୁ ଅନେକ ରୋଗର ସଂକ୍ରମଣରୁ ରକ୍ଷା କରିଥାଏ।
ମସାଲା ଚା’
ସମସ୍ତେ ଶୀତଋତୁରେ ଗରମ ଚା’ ପିଇବାକୁ ପସନ୍ଦ କରନ୍ତି । ମସାଲା ଚା’ ପିଇବା ଦ୍ୱାରା ଶରୀରକୁ ସଂକ୍ରମଣର ମୁକାବିଲା କରିବା ପାଇଁ ଶକ୍ତି ଦେଇଥାଏ । ମସାଲା ଚା’  ପାଇଁ ଲବଙ୍ଗ, ଡାଲଚିନି, ଗୋଲମରିଚ ଭଳି ଜିନିଷ ବ୍ୟବହାର କରାଯାଇଥାଏ। ଏହି ଚା’ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଥଣ୍ଡାଜନିତ ସମସ୍ୟାକୁ ଶରୀରରୁ ଦୂରେଇ ରଖିଥାଏ।
ରସୁଣ
ଖାଦ୍ୟରେ ସ୍ୱାଦ ବୃଦ୍ଧି କରୁଥିବା ରସୁଣ ଶରୀର ପାଇଁ ଉପକାରୀ। ଏଥିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି। ଯାହା ଶରୀରକୁ ଭିତରୁ ଶକ୍ତିଶାଳୀ କରିଥାଏ। ଯାହାଫଳରେ ଶରୀରକୁ ଥଣ୍ଡାରୁ ରକ୍ଷା କରିଥାଏ।
ହଳଦୀ
ହଳଦୀ ଅନେକ ଔଷଧୀୟ ଗୁଣରେ ଭରପୁର ଅଟେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିସେପ୍ଟିକ୍, ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ମଧ୍ୟ ରହିଛି । ଏହା ଶରୀରକୁ ପୁଷ୍ଟିକର କରିବା, ହଜମକୁ ଠିକ୍ ରଖିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର କାର୍ୟ୍ୟ କରନ୍ତି ।
ମହୁ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରବଳ ଥଣ୍ଡା ଏବଂ କାଶରୁ ତୁରନ୍ତ ଆରାମ ଯୋଗାଇବା ପାଇଁ ମହୁ କାମ କରେ । ମହୁ ସହିତ ମିଶ୍ରିତ ଅଦା ରସ ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଏବଂ କଫ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଶୀତ ଋତୁରେ ପ୍ରତିଦିନ ମହୁ ଖାଇବା ଦ୍ୱାରା ଥଣ୍ଡା ଏବଂ କାଶରୁ ରକ୍ଷା ମିଳିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories