www.samajalive.in
Sunday, December 7, 2025
14.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଶୀତଦିନିଆ ଟିପ୍ସ : ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ

ସୂର୍ଯ୍ୟ କିରଣ ଶରୀର ପାଇଁ ଖୁବ ଆବଶ୍ୟକ ଅଟେ । ଶୀତଦିନରେ ଖରାରେ ରହିବାକୁ ସଭିଁଙ୍କୁ ଖୁବ ଭଲ ଲାଗେ। ଖାଲି ଭଲ ଲାଗିବା ପାଇଁ ନୁହେଁ, ଶୀତଦିନେ ଶରୀର ପାଇଁ ଖରା ଅତ୍ୟନ୍ତ ଲାଭଦାୟ ଅଟେ। ଜାଣନ୍ତୁ ଶରୀର ପାଇଁ ଶୀତଦିନେ ଖରାର କ’ଣ ଆବଶ୍ୟକତା ରହିଛି
ମୁହଁ ପାଇଁ ଲାଭଦାୟକ-
ଶୀତଦିନର ଖରା ମୁହଁ ପାଇଁ ମଧ୍ୟ ଲାଭଦାୟକ ଅଟେ। ମୁହଁର ଥିବା ବିଭିନ୍ନ ଜୀବାଣୁକୁ ନଷ୍ଟ କରିଥାଏ। ନିୟମିତ ଖରା ମୁହଁରେ ବାଜିଲେ ମୁହଁ କୁଣ୍ଡାଇ ହେବା ଭଳି ସମସ୍ୟା ଦୂର ହୋଇଥାଏ।
ଅନିଦ୍ରା ସମସ୍ୟା ଦୂର ହୁଏ –
ନିୟମିତ ୧୫ ମିନିଟ୍ ଖରାରେ ରହିବା ଦ୍ୱାରା ମେଲାଟୋନିନ ହରମୋନର ମାତ୍ରା ବଢିଥାଏ। ଫଳରେ ଭଲ ନିଦ ହୋଇଥାଏ ଏବଂ ଅନିଦ୍ରା ସମସ୍ୟାରୁ ମୁକ୍ତି ମିଳେ।
ରକ୍ତଚାପର ମାତ୍ରା କମାଇଥାଏ –
ରକ୍ତଚାପ ଜନିତ ସମସ୍ୟା ଥିବା ଲୋକେ ଶୀତ ଦିନେ ସକାଳ ସମୟରେ ଖରାରେ ୧୫ ମିନିଟ୍ ରହିବା ଦ୍ୱାରା ଏହାର ମାତ୍ରା କମ୍ ହୋଇଥାଏ।
ଶୀତଦିନରେ ନିଜର ରକ୍ତଚାପ ଓ ରକ୍ତରେ ଶର୍କରାର ମାତ୍ରା ସଠିକ ରଖିବା ପାଇଁ ଖାଦ୍ୟରେ ଲୁଣ ମାତ୍ରା କମ କରନ୍ତୁ। ଏତଦ ବ୍ୟତୀତ ଲୁଣର ମାତ୍ରା କମ କରିବା ଦ୍ୱାରା ହୃଦଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଏହି ଦିନରେ ଭାତ, ଦଲିଆ ଆଦି ଖାଇବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିଥାଏ।
ଭିଟାମିନ ଡ଼ି – ସୂର୍ଯ୍ୟକିରଣ ଶରୀରରେ ଭିଟାମିନ ଡ଼ି ର ମାତ୍ରାକୁ ପ୍ରାୟ ୯୦ ଭାଗ ବଢାଇଥାଏ। ବିଭିନ୍ନ ରୋଗରୁ ମଧ୍ୟ ଏହା ଶରୀରକୁ ରକ୍ଷା କରିଥାଏ। ତେଣୁ ପ୍ରତିଦିନ ୧୦ ରୁ ୧୫ ମିନିଟ ସକାଳର ଖରାରେ ରହିବା ଆବଶ୍ୟକ ଅଟେ।
ବହୁ ଲୋକେ ଶୀତଦିନେ ମାନ୍ଦା ହୋଇଯାଆନ୍ତି। ଅଧିକ ହାଲିଆ ଅନୁଭବ କରିଥାଆନ୍ତି। କାର୍ୟ୍ୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତେଣୁ ନିୟମିତ ଶୀତଦିନେ ୧୦ ରୁ ୧୫ ମିନିଟ ଖରାରେ ରହିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଫଳ ଓ ପନିପରିବା ଅଧିକ ମାତ୍ରାରେ ଖାଇବା ମଧ୍ୟ ଆବଶ୍ୟକ। ଏଥିରେ ଥିବା ଭିଟାମିନ ଓ ମିନେରାଲ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ସକାଳର ଜଳଖିଆରେ ଅଣ୍ଡା, ପାଉଁରୁଟି, ଦୋସା, ଉପମା, ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅଧିକ ପରିମାଣରେ ଭିଟାମିନ ମିଳିଥାଏ।
ଶୀତଦିନରେ ଅଧିକ ମାତ୍ରାରେ ପାଣି ପିଅନ୍ତୁ।
ଏହି ଦିନରେ ଭାତ ଖାଇବା ମଧ୍ୟ ଶରୀର ପାଇଁ ଉତ୍ତମ ଅଟେ।
ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories