www.samajalive.in
Saturday, December 6, 2025
17.1 C
Bhubaneswar

ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ରେଡଚିଫ୍‍ ସୁଜ୍‍

ଭୁବନେଶ୍ୱର: ଚଳିତ ପାର୍ବଣ ଋତୁ ପାଇଁ ଅନ୍ୟତମ ସର୍ବପୁରାତନ ଏବଂ ସର୍ବାଧିକ ବିଶ୍ୱସନୀୟ ଅଗ୍ରଣୀ ବ୍ରାଣ୍ଡ୍‍ ରେଡଚିଫ୍‍ ସୁଜ୍‍ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଛି। କୋଭିଡ-୧୯ ସଂକ୍ରମଣ ଯୋଗୁଁ ଭୀତତ୍ରସ୍ତ ହୋଇପଡ଼ିଥିବା ଜନସାଧାରଣଙ୍କ ମଧ୍ୟରେ ପାର୍ବଣ ଋତୁ ଆଗମନରେ ଉତ୍ସାହ ପରିଲକ୍ଷିତ ହେଉଛି। ପରିବର୍ତ୍ତିତ ପରିସ୍ଥିତିରେ ଜନସାଧାରଣଙ୍କର ସୋ ରୁମ୍‍କୁ ଆସିବା ସଂଖ୍ୟା ବୃଦ୍ଧିପାଇବ ଏବଂ କମ୍ପାନୀ ତାହାକୁ ନେଇ ଭଲ ବ୍ୟବସାୟ ଆଶା ରଖିଛି। ସେଥିପାଇଁ ଏହା ଗ୍ରାହକଙ୍କ ପସନ୍ଦଯୋଗ୍ୟ ବିଭିନ୍ନ ଡିଜାଇନର ଉତ୍ପାଦକୁ ସ୍ଥାନ ଦେଇଛି। ଷ୍ଟୋରଗୁଡିକରେ କୋଭିଡ-୧୯ କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହିତ ଏହାର ଉତ୍ତମ ତାଲିମପ୍ରାପ୍ତ ଲୋକଶକ୍ତି ଜନସାଧାରଣଙ୍କର ସ୍ୱାସ୍ଥ୍ୟଗତ ଦିଗ ପ୍ରତି ଦୃଷ୍ଟି ରଖିବା ସହିତ ସେମାନଙ୍କ ସପିଙ୍ଗ ଅନୁଭୂତି ବୃଦ୍ଧିରେ ସହାୟକ ହୋଇପାରିବେ ବୋଲି ବ୍ରାଣ୍ଡ୍‍ ପକ୍ଷରୁ କୁହାଯାଇଛି। ଏହା ନିଜର ଏକ୍ସକ୍ଲୁସିଭ ସୋ ରୁମ୍‍ ଏବଂ ଇ-କମର୍ସ ପ୍ଲାଟଫର୍ମରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଯୋଜନା ପ୍ରଚଳନ କରିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories