www.samajalive.in
Sunday, December 7, 2025
26.1 C
Bhubaneswar

ମଝି ଆକାଶରେ ବିମାନ କାଚରେ ବାଜିଲା ବରଫଖଣ୍ଡ; ଅଳ୍ପକେ ବର୍ତ୍ତିଲେ ୨୦୦ ଯାତ୍ରୀ

ଲଣ୍ଡନ: କଥାରେ ଅଛି, ଯାହାକୁ ଭଗବାନ ସାହା ହେବେ, ସେ ଯେତେ ବିପଦରେ ପଡିଥିଲେ ମଧ୍ୟ ଉଦ୍ଧାର ପାଇଯିବେ । ଠିକ୍‍ ତାହା ହିଁ ଘଟିଛି ୨୦୦ ବିମାନ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ କ୍ଷେତ୍ରରେ । ବିମାନଟି ଆକାଶରେ ଉଡାଣ କରୁଥିବାବେଳେ ଏହାର କାଚରେ ବାଜିଥିଲା ଏକ ବରଫ ଖଣ୍ଡ । କାଚ ସମ୍ପୂର୍ଣ୍ଣ ଭାବରେ ଫାଟିଯାଇଥିଲା । ଏତେ ଉଚ୍ଚତାରେ ବିମାନର ଦ୍ରୁତ ଗତିର ସହିତ ବାହାର ବାୟୁର ଚାପ ସମ୍ଭାଳିବା ଭଙ୍ଗା କାଚ ପକ୍ଷେ କଷ୍ଟକର ଥିଲା ଏବଂ ତାହାକୁ ନେଇ ବିମାନ ଦୁର୍ଘଟଣା ଘଟିବା ଆଶଙ୍କା ମଧ୍ୟ ଦେଖାଦେଇଥିଲା । ତେବେ ସୌଭାଗ୍ୟକୁ ବିମାନଟି ଜରୁରୀକାଳୀନ ଭିତ୍ତିରେ ଏକ ବିମାନ ବନ୍ଦରରେ ଅବତରଣ କଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ ।

ଏଭଳି ଘଟଣା ଘଟିଛି ବ୍ରିଟିଶ ଏୟାରୱେଜର ଏକ ବିମାନ କ୍ଷେତ୍ରରେ । ବିମାନଟି ଲଣ୍ଡନର ଗାଟୱିକରୁ ଗତ ୨୫ ତାରିଖ ଦିନ କୋଷ୍ଟାରିକାର ସାନ୍‍ ଜୋସକୁ ଯାତ୍ରା କରୁଥିଲା । ବିମାନରେ ୨୦୦ ଯାତ୍ରୀ ଥିଲେ । ପ୍ରାୟ ୩୫ ହଜାର ଫୁଟ ଉଚ୍ଚତାରେ ବିମାନ ଉଡାଣ କରୁଥିବା ସମୟରେ ତାହାର ସମ୍ମୁଖଭାଗ କାଚରେ ବରଫ ଖଣ୍ଡ ଆସି ବାଜିଥିଲା । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଏହି ବିମାନର ୧ହଜାର ଫୁଟ ଉପରେ ଉଡୁଥିବା ଅନ୍ୟ ଏକ ବିମାନରୁ ବରଫ ଖଣ୍ଡ ଖସି ତଳେ ଯାଉଥିବା ବିମାନ କାଚରେ ବାଜିଥିଲା । ଫଳରେ ବିମାନର ସମ୍ମୁଖ କାଚ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା । ପାଇଲଟ ଏହା ଦେଖି ବିଚଳିତ ନହୋଇ ବିମାନକୁ ତୁରନ୍ତ ନିକଟବର୍ତ୍ତୀ ଏକ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଇଥିଲେ । ସମ୍ମୁଖ ଭାଗ କାଚ ସମ୍ପୂର୍ଣ୍ଣ ବଦଳାଇବା ଆବଶ୍ୟକ ଥିବାରୁ ସେଠାରେ ବିମାନଟି ୫୦ ଘଣ୍ଟା ଅଟକି ରହିଥିଲା । ତାହାସହିତ ଯାତ୍ରୀମାନଙ୍କୁ ମଧ୍ୟ ସେଠାରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା । ଏଥିପାଇଁ ବ୍ରିଟିଶ ଏୟାରୱେଜ ପକ୍ଷରୁ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା କରାଯିବା ସହିତ ସେମାନଙ୍କୁ ଅନ୍ୟ ଏକ ବିମାନରେ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଥିଲା ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories