www.samajalive.in
Monday, December 15, 2025
15.1 C
Bhubaneswar

ୱିମ୍ବଲଡନ୍‌: ୩ୟ ରାଉଣ୍ଡରେ ଜୋକୋଭିକ୍‌, ସାବାଲେଙ୍କା

ଲଣ୍ଡନ୍‌, ୩୦ା୬: ଚଳିତ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍‌ର ପୁରୁଷ ସିଙ୍ଗଲ୍‌ସର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଗତବର୍ଷର ଚମ୍ପିଆନ୍ ନୋଭାକ୍ ଜୋକୋଭିକ୍‌। ବୁଧବାର ଏକ ୨ୟ ରାଉଣ୍ଡ ମ୍ୟାଚ୍‌ରେ ୧୯ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତିଥିବା ସର୍ବିୟାର ଜୋକୋଭିକ୍‌ ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ୍‌ଙ୍କୁ ସହଜରେ ୬-୩, ୬-୩, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ବୁଧବାର ୩ୟ ଦିନରେ ପୁରୁଷ ସିଙ୍ଗଲ୍‌ସର ବାକିଥିବା ପ୍ରଥମ ରାଉଣ୍ଡର ମ୍ୟାଚ୍‌ସବୁ ଖେଳାଯାଇଛି। ଏଥିରେ ୧୧ଶ ସିଡ୍‌ ସ୍ପେନ୍‌ର ପାବ୍‌ଲୋ କାରେନୋ ବୁଷ୍ଟା ଓ ୧୨ଶ ସିଡ୍‌ ନରୱେର କାସ୍ପର ରୁଡ୍‌ ପରାସ୍ତହୋଇ ବିଦାୟ ନେଇଛନ୍ତି। ପାବ୍‌ଲୋ କାରେନୋ ବୁଷ୍ଟାଙ୍କୁ ଆମେରିକାର ସାମ୍ ​‌େ​‌କ୍ବରି ୭-୬, ୬-୪, ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ୧୨ଶ ସିଡ୍‌ କାସ୍ପର ରୁଡ୍‌ଙ୍କୁ ଅଷ୍ଟ୍ରେଲିଆର ଜୋର୍ଡାନ୍ ଥମ୍ପସନ୍ ୫ଟି ସେଟ୍‌ରେ ପରାସ୍ତ କରିଛନ୍ତି। ୨୦ନଂ ସିଡ୍‌ ରୁଷିଆର ଆସ୍‌ଲାନ୍ କାରାତ୍‌ସେଭ୍‌ଙ୍କୁ ଫ୍ରାନ୍‌ସର ଜରେମି ଚାର୍ଡି ୭-୬, ୭-୬, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ୨୧ନଂ ସିଡ୍‌ ଫ୍ରାନ୍‌ସର ୟୁଗୋ ହମ୍ବର୍ଟଙ୍କୁ ଅଷ୍ଟ୍ରେଲିଆର ନିକ୍‌ କିର୍ଗିଓଜ୍ ୫ଟି ସେଟ୍‌ରେ ପରାସ୍ତ କରିଛନ୍ତି। ୧୦ମ ସିଡ୍‌ କାନାଡାର ଡେନିସ୍ ସାପାଭାଲୋଭ୍‌ଙ୍କୁ ତାଙ୍କ ପ୍ରତିପକ୍ଷ ସ୍ପେନ୍‌ର ପାବ୍‌ଲୋ ଆଣ୍ଡୁଜାର ୱାକ୍‌ଓଭର ଦେଇଥିଲେ। ୭ମ ସିଡ୍‌ ଇଟାଲୀର ମାଟିଓ ବେରେଟିନି ୬-୪, ୩-୬, ୬-୪, ୬-୦ ସେଟ୍‌ରେ ଆର୍ଜେଣ୍ଟିନାର ଗ୍ବିଡୋ ପେଲ୍ଲାଙ୍କୁ ପରାସ୍ତ କରିଛନ୍ତି। ୧୩ଶ ସିଡ୍ ଫ୍ରାନ୍‌ସର ଗେଲ୍‌ ମନ୍‌ଫିଲ୍‌ସ, ୨୨ନଂ ସିଡ୍‌ ଇଂଲଣ୍ଡର ଡାନିଏଲ୍‌ ଇଭାନ୍‌ସ, ୨୩ନଂ ସିଡ୍‌ ଇଟାଲୀର ଲୋରେଞ୍ଜୋ ସୋନେଗୋ, ୨୭ନଂ ସିଡ୍‌ ଚିଲିର କ୍ରିଷ୍ଟିଆନ୍ ଗାରିନ୍, ୨୮ନଂ ସିଡ୍‌ ରୁଷିଆର ଗ୍ରିଗୋର ଡିମିଟ୍ରୋଭ୍ ପ୍ରମୁଖ ବିଜୟୀ ହୋଇ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

- Advertisement -

ମହିଳା ସିଙ୍ଗଲ୍‌ସରେ ୫ନଂ ସିଡ୍‌ କାନାଡାର ବ୍ୟାଙ୍କା ଆଣ୍ଡ୍ରିସ୍କ୍ୟୁଙ୍କୁ ସହଜରେ ୬-୨, ୬-୧ ସେଟ୍‌ରେ ପରାସ୍ତକରି ଫ୍ରାନ୍‌ସର ଆଲିଜ୍ କର୍ନେଟ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ୨ୟ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କା ୩ଟି ସେଟ୍‌ରେ ଇଂଲଣ୍ଡର କେଟି ବୌଲ୍‌ଟରଙ୍କୁ ପରାସ୍ତକରି ୩ୟ ରାଉଣ୍ଡରେ ପହଞ୍ଚିଛନ୍ତି। ୩ୟ ସିଡ୍‌ ୟୁକ୍ରେନ୍‌ର ଏଲିନା ଶ୍ବିତୋଲିନା ୩ଟି ସେଟ୍‌​‌େ​‌ର ବେଲ୍‌ଜିୟମ୍‌ର ଆଲିସନ୍ ଭାନ୍‌ଙ୍କୁ ପରାସ୍ତ କରିଛନ୍ତି। ଏମାନଙ୍କୁ ଛାଡ଼ି ୭ମ ସିଡ୍‌ ପୋଲାଣ୍ଡର ଇଗା ସ୍ବିଆଟେକ୍, ୧୨ଶ ସିଡ୍‌ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା, ୧୬ଶ ସିଡ୍‌ ରୁଷିଆର ଆନାଷ୍ଟାସିଆ ପାଭ୍‌ଲ୍ୟୁଚେଙ୍କୋଭା, ୧୯ନଂ ସିଡ୍‌ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ପ୍ରମୁଖ ବିଜୟୀ ହୋଇଛନ୍ତି। ତେବେ ୯ମ ସିଡ୍‌ ସ୍ବିଜରଲାଣ୍ଡର ବେଲିଣ୍ଡା ବେନ୍‌ସିଚ୍‌ଙ୍କୁ ସ୍ଲୋଭେନିଆର କାଜା ଜୁୱାନ୍ ୬-୩, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories