www.samajalive.in
Sunday, December 14, 2025
26.1 C
Bhubaneswar

ମିତାଲି, ଅଶ୍ବିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ

ନୂଆଦିଲ୍ଲୀ: ବିଭିନ୍ନ କ୍ରିକେଟରଙ୍କୁ ଜାତୀୟ ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ବିସିସିଆଇ। ବରିଷ୍ଠ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ଗତ ୨୨ ବର୍ଷ ହେଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ ପାଇଁ ଖେଳୁଥିବା ମିତାଲି ରାଜ୍‌ଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ସୁପାରିସ କରାଯାଇଛି। ପୁଣି ୩ ଆନ୍ତର୍ଜାତିକ କ୍ରିକେଟର ଶିଖର ଧାୱନ, କେ.ଏଲ୍‌. ରାହୁଲ ଓ ଯଶପ୍ରୀତ ବୁମ୍‌ରାଙ୍କ ନାମ ଅର୍ଜୁନ ପୁରସ୍କାର ଲାଗି ବିସିସିଆଇ ସୁପାରିସ କରିଛି।

ଗତବର୍ଷ ଅପ୍ରତ୍ୟାଶିତ ଭାବେ ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ୫ କ୍ରୀଡ଼ାବିତ୍‌ଙ୍କୁ ମିଳିବା ପରେ ଏଥର ଉକ୍ତ ପୁରସ୍କାର ଲାଗି ସୁପାରିସ ତାଲିକା ଲମ୍ବିବାରେ ଲାଗିଛି। ଅଶ୍ବିନ୍ ଭାରତୀୟ ଦଳର ନିୟମିତ ସଦସ୍ୟ ଏବଂ ନିୟମିତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସ୍ପିନର ଅଶ୍ବିନ ୭୯ଟି ଟେଷ୍ଟମ୍ୟାଚ୍‌ରୁ ୪୧୩ଟି ୱିକେଟ ନେଇଛନ୍ତି। ପୁଣି ୧୫୦ ଦିନିକିଆ ଓ ୪୨ ଟ୍ବେଣ୍ଟି୨୦ ୱିକେଟ ନେଇଛନ୍ତି। ୩୮ ବର୍ଷ ବୟସ୍କା ମିତାଲି ରାଜ୍ ବିଶ୍ବର ପ୍ରଥମ ମହିଳା ଭାବେ ୨୨ ବର୍ଷ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିଛନ୍ତି। ସେ ସମସ୍ତ ବର୍ଗର କ୍ରିକେଟ୍‌ରେ ଭାରତର ପ୍ରତିିନିଧିତ୍ବ କରିଛନ୍ତି। ମିତାଲି ୨୧୫ ଦିନିକିଆରୁ ୭୧୭୦ ରନ୍ କରିଛନ୍ତି। ସେ ୧୧ ଟେଷ୍ଟରୁ ୬୬୯ ଓ ୮୯ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ୨୩୬୪ ରନ୍‌ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ ମିତାଲି ଟେଷ୍ଟ କ୍ରିକେଟ୍‌ରେ ଦ୍ବିଶତକ ମାରିବାରେ ସର୍ବକନିଷ୍ଠା ମହିଳା କ୍ରିକେଟର। ଶିଖର ଧାୱନ, କେ.ଏଲ୍‌. ରାହୁଲ ଓ ଯଶପ୍ରୀତ ବୁମ୍‌ରା ମଧ୍ୟ ଭାରତୀୟ କ୍ରିକେଟ୍‌ର ପ୍ରତିଷ୍ଠିତ ନାମ ଏବଂ ଦେଶକୁ ଏକାଧିକ ମ୍ୟାଚ୍‌ ଜିତାଇଛନ୍ତି।

- Advertisement -

ଶରତ କମଲଙ୍କ ନାମ ସୁପାରିସ କଲା ଟିଟିଏଫଆଇ

ସମ୍ମାନଜନକ ଜାତୀୟ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ଲାଗି ଟେବୁଲଟେନିସ ଖେଳାଳି ଶରତ କମଲଙ୍କ ନାମ ଭାରତୀୟ ଟେବୁଲ ଟେନିସ ମହାସଂଘ (ଟିଟିଏଫ୍‌ଆଇ) ସୁପାରିସ କରିଛି। ୨୦୧୯ରେ ପ୍ରଥମ ଟେବୁଲ ଟେନିସ ଖେଳାଳି ଭାବେ ପଦ୍ମଶ୍ରୀ ସମ୍ମାନ ପାଇଥିବା ଶରତ ୪ର୍ଥ ଥର ପାଇଁ ଅଲିମ୍ପିକ୍‌ସରେ ପ୍ରତିନିଧିତ୍ବ କରିବା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ବିଶ୍ବ ମାନ୍ୟତାର ୩୨ତମ ସ୍ଥାନରେ ଥିବା ଶରତ ୨୦୧୮ ଏସୀୟ କ୍ରୀଡ଼ାରେ ମିଳିତ ବିଭାଗରେ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ଗତବର୍ଷ ମୋନିକା ବାତ୍ରା ଖେଳରତ୍ନ ପୁରସ୍କାର ପାଇଥିବା ବେଳେ ଚଳିତ ବର୍ଷ ଶରତଙ୍କ ନାମ ସୁପାରିସ କରାଯାଇଛି ବୋଲି ଟିଟିଏଫ୍‌ଆଇ ପକ୍ଷରୁ କୁହାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories