www.samajalive.in
Sunday, December 14, 2025
16.1 C
Bhubaneswar

୧୬୪ ଓଏଏସଙ୍କୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ୧୬୪ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‍) ଅଧିକାରୀଙ୍କୁ ଉଚ୍ଚ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେଥିରେ ୧୫୫ଜଣ ବରିଷ୍ଠ ଓଏଏସ୍‍ ଥିବାବେଳେ ୯ଜଣ ଉଚ୍ଚପାହ୍ୟା ଓଏଏସ୍‍ ଅଧିକାରୀ ରହିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ପଦୋନ୍ନତି ତାଲିକାରେ ୩୧ ଉପଜିଲାପାଳ, ବିଭିନ୍ନ ବିଭାଗର ସ୍ୱତନ୍ତ୍ର ଅଧିକାରୀ, ବ୍ଲକ ଉନୟନ ଅଧିକାରୀ(ବିଡିଓ) ଏବଂ ତହସିଲଦାର ରହିଛନ୍ତି।

ଲଙ୍କେଶ୍ୱର ଅମାତ       : ଝାରସୁଗୁଡ଼ା ଅତିରିକ୍ତ ଜିଲାପାଳ
ରାମେଶ୍ବର ପ୍ରଧାନ       : କୋରାପୁଟ ଅତିରିକ୍ତ ଜିଲାପାଳ
ଜ୍ୟୋତିଶଙ୍କର ମହାପାତ୍ର : ପୁରୀ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ
ଦେବେନ କୁମାର ପ୍ରଧାନ : ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ
ଧରମ ହାଁସଦା            : ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ
ଲକ୍ଷ୍ମଣ କୁମାର ମଲ୍ଲିକ     : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅତିରିକ୍ତ ସଚିବ
ଲିଲି କୁମାରୀ କୁଲୁ        : ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅତିରିକ୍ତ ସଚିବ
ମୈତ୍ରୀ ଭଟ୍ଟାଚାର୍ଯ୍ୟ        : ଓପିଏସ୍‌ସିର ସହ ନିୟନ୍ତ୍ରକ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories