www.samajalive.in
Tuesday, December 9, 2025
23.1 C
Bhubaneswar

ରାଜନୀତି ଛାଡ଼ିବେ ତ ସିଦ୍ଧୁ ? ପ୍ରଶ୍ନ କଲେ ଟ୍ବିଟର ବ୍ୟବହାରକାରୀ

ନୂଆଦିଲ୍ଲୀ: ରାଜନୀତି ଛାଡ଼ିବେ ତ ସିଦ୍ଧୁ ? ଏବେ ଏଭଳି ପ୍ରଶ୍ନ ସୋସିଆଲ ମିଡିଆରେ ଟ୍ବିଟରରେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ନଭଜ୍ୟୋତ ସିଂହ ସିଦ୍ଧୁଙ୍କ ସ୍ବାଭିମାନ ପ୍ରତି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ଗତମାସରେ ଉତ୍ତର ପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବା ସମୟରେ ସିଦ୍ଧୁ ଘୋଷଣା କରିଥିଲେ ଯେ, ଯଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଠି ଲୋକସଭା ଆସନରୁ ସ୍ମୃତି ଇରାନୀଙ୍କଠାରୁ ହାରିଯାଆନ୍ତି, ତେବେ ସେ ରାଜନୀତି ଛାଡ଼ିଦେବେ। ଗତ ଗୁରୁବାର ଭୋଟ ଗଣନା ଶେଷ ହେବା ପରେ ଉକ୍ତ ଆସନରେ ରାହୁଲ ସ୍ମୃତିଙ୍କଠାରୁ ପରାଜିତ ହୋଇଛନ୍ତି। ପାଖାପାଖି ୫୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସ୍ମୃତି ରାହୁଲଙ୍କୁ ହରାଇ ଦେଇଛନ୍ତି। ନିର୍ବାଚନୀ ଫଳାଫଳ ଜଣାପଡ଼ିବା ପରେ ବର୍ତ୍ତମାନ ଟ୍ବିଟର ବ୍ୟବହାରକାରୀମାନଙ୍କର ଗୋଟିଏ ପ୍ରଶ୍ନ ଯେ, ସିଦ୍ଧୁ ରାଜନୀତି ଛାଡ଼ିବେ ତ ? ଅନେକ ବ୍ୟବହାରକାରୀ କହିଛନ୍ତି ଯେ, ସିଦ୍ଧୁ ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତୁ ଏବଂ ରାଜନୀତି ଛାଡ଼ନ୍ତୁ।

- Advertisement -

ଅନ୍ୟପଟେ ଆମେଠିରୁ ହାରିବା ପରେ ରାହୁଲ ଟ୍ବିଟ୍‌ କରି ସ୍ମୃତିଙ୍କୁ ପ୍ରଶଂସା  କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଆଶା କରୁଛି ସ୍ମୃତି ଆମେଠିବାସୀଙ୍କ ଯତ୍ନ ନେବେ। ମୁଁ ଜନାଦେଶକୁ ସମ୍ମାନ ଦେଉଛି ଏବଂ ସ୍ମୃତିଙ୍କୁ କୃତଜ୍ଞତା ଜଣାଉଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories