www.samajalive.in
Monday, December 15, 2025
15.1 C
Bhubaneswar

ବିଶ୍ୱକପ୍‌ କ୍ରିକେଟ୍‌ ପାଇଁ ଭାରତ ଆସିବନି କି ପାକିସ୍ତାନ ଟିମ୍‌-ପାକ୍‌ ପ୍ରଧାନମନ୍ତ୍ରୀ ଶାହବାଜ କହିଲେ କିମିଟି ନେବ ନିଷ୍ପତ୍ତି

କରାଚୀ – ଚଳିତ ବର୍ଷ ଭାରତରେ ବିଶ୍ୱକପ୍‌ କ୍ରିକେଟ୍‌ର ଆୟୋଜନ କରାଯିବ । ଆଇସିସି ଏ ନେଇ ସମୟ ସାରଣୀ ପ୍ରକାଶ କରିଛି । ଆଇସିସି କ୍ରିକେଟ ବିଶ୍ୱକପ୍‌ ଖେଳିବାକୁ ଥିବା ସମସ୍ତ କ୍ରିକେଟ ଟିମ୍‌ ଭାରତ ଆସିବେ । ମାତ୍ର ପାକିସ୍ତାନ ଭାରତ ଆସିବା ପାଇଁ ଅରାଜି ହେଉଛି । ପାକିସ୍ତାନ ଟିମ୍‌ କ୍ରିକେଟ୍‌ ଖେଳିବା ପାଇଁ ଭାରତ ଯିବେ କି ନାହିଁ ସେ ବିଷୟେ ଏକ ଉଚ୍ଚସ୍ତରୀୟ ଦଳ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍‌ କହିଛନ୍ତି ।

ଏହି କମିଟି ଭାରତ ଏବେ ପାକିସ୍ତାନ ସମ୍ପର୍କ ବିଷୟରେ ଅନୁଧ୍ୟାନ କରିବା ପରେ ତାଙ୍କ ଟିମ୍‌ ଭାରତଗସ୍ତ କରିବ କି ନାହିଁ ସେ ବିଷୟରେ ଦସ୍ତାବିଜ୍‌ ପ୍ରସ୍ତୁତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ ।

- Advertisement -

ପାକିସ୍ତାନ ଗୁଜୁରାଟର ଅହମ୍ମଦାବାଦରେ ଖେଳିବା ପାଇଁ ଚାହୁଁନାହିଁ । ହାଇଦ୍ରାବାଦ, କୋଲକତା , ଚେନ୍ନାଇ କିମ୍ବା ବେଙ୍ଗାଲୁରୁରେ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିକୁ ସୁପାରିଶ କରିବା ବୋଲି ଜଣାପଡିଛି ।

ପାକିସ୍ତାନର ଏହି କମିଟିରେ ସେଠାକାର ଖେଳମନ୍ତ୍ରୀ ଅହସନ ମଜୀରଙ୍କ ସହ ମରିୟମ ଔରଙ୍ଗଜେବ, ଅସଦ ମହମ୍ମୁଦ , ଅମୀନ ଉଲ ହକ ଏବଂକମର ଜମାନ କୈରା ରହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories