ପରିବେଶ ଓ ଗୋ ଆଧାରିତ କୃଷି ସଚେତନତା ଆଲୋଚନାଚକ୍ର 

ସାକ୍ଷୀଗୋପାଳ : ଗୋ ସୁରକ୍ଷା ମଞ୍ଚ, ଓଡିଶା ତରଫରୁ ପରିବେଶ ଓ ଗୋ ଆଧାରିତ କୃଷି ସଚେତନତା ସହିତ ଗୋ ସୁରକ୍ଷା ନିମନ୍ତେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ  ଅଳଗୁମ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି । ବରାଳ ବାଲୁଙ୍କେଶ୍ୱର ଦେବ ଚାରିଟେବଲ ଟ୍ରଷ୍ଟ ଗୋଶାଳା ସଭାପତି ମହେଶ୍ୱର ପ୍ରଧାନ ଏବଂ ସଂଗଠନ ଆବାହକ ପ୍ରଭାତ କୁମାର ମହାପାତ୍ର ଏଥିରେ ଯୋଗଦେଇ ବିଭିନ୍ନ ମାର୍ଗ ଦର୍ଶନ କରାଇଥିଲେ। ସଦସ୍ୟ ତିରୁପତି ଜେନା ଆକାଶ ପ୍ରଧାନ, ଅବକାଶ ପ୍ରଧାନ, ଅନାମ ଚରଣ ପ୍ରଧାନ, ସଚିକାନ୍ତ ଜେନା, ହରିହର ପ୍ରଧାନ, ପ୍ରତିଶ ସାହୁ ତ୍ରିଲୋଚନ ଜେନା, ବିରଞ୍ଚି ଜେନା, ପଶିଆ ବିଶ୍ୱାଳ ପଞ୍ଚାନନ ବିଶ୍ୱାଳ, ସୁନୀଲ ବିଶ୍ୱାଳ ସୌମ୍ୟରଂଜନ ପରିଡା, ଅବିନାଶ ବରାଳ ବାବିନା ବାରିକଙ୍କ ସହିତ ଗ୍ରାମର ଅନେକ ଲୋକଙ୍କୁ ନେଇ ଶତାଧିକ ନିମ୍ବ, କରଞ୍ଜ, ବଉଳ, ଜାମୁ ଓ ଅର୍ଜୁନ ଗଛ ଚାରା ଅଳଗୁମ କାଠି ପଡିଆ ରାସ୍ତାରେ ଲଗାଯାଇ ଥିଲା। ସମସ୍ତ ବୃକ୍ଷ ସୁରକ୍ଷିତ ଭାବେ ଲଗାଯିବା ପରେ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା। ପ୍ରତ୍ୟେକ ମାନବ ଜୀବନର ସୁଖ ସମୃଦ୍ଧି ପାଇଁ ଗଛ ଓ ଗୋ ସମ୍ପଦର ଆବଶ୍ୟକତା ଉପରେ ଏକ ଆଲୋଚନା ଚକ୍ର କରାଯାଇଥିଲା। ଜୀବଜଗତକୁ ଆଜି ଏହି ବିଷମ ସଂକଟରୁ ରାକ୍ଷ କରିବାକୁ ହେଲେ, ମୃତ୍ତିକାର ଜୈବ ବିବିଧତା ତଥା ଉର୍ବରତା ଫେରାଇ ଆଣି ଗୋ ଆଧାରିତ ପାରମ୍ପରିକ କୃଷି ଦ୍ୱାରା ବିଷ ମୁକ୍ତ ସୁଷମ ପୃଷ୍ଟିକର ଖାଦ୍ୟ ଉତ୍ପାଦନ ସହିତ ପରିବେଶକୁ ସୁରକ୍ଷିତ ରଖା ଯାଇପାରିବ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ। ଏଣୁ ଗୋ ଆଧାରିତ କୃଷି, ଜୈବ ବିବିଧତା  ଫେରାଇ ଆଣି ପ୍ରତ୍ୟେକ ନିଜ ନିଜ ପାଇଁ ନିଜର ଭବିଷ୍ୟତ ବଂଶଧର ପିଢ଼ୀର ସୁଖ ସମୃଦ୍ଧି ପାଇଁ ଘରେ ଘରେ ଗୋପାଳନ ଓ ଗୋ ଆଧାରିତ  ଘରୋଇ ଶିଳ୍ପ ଆରମ୍ଭ କରି ଜୀବଜଗତକୁ ସୃଷ୍ଟି ହେଉ ଥିବା ବିଭିନ୍ନ ବର୍ତ୍ତମାନର ସଂକଟରୁ  ରକ୍ଷା କରିପାରିବା। ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତର ଗାଁ ଗାଁରେ ଜନ ସଚେତନତା ଅଭିଯାନ ଚାଲୁ ରହିବ। ଅଳଗୁମ ଗାଁରେ ପ୍ରଥମେ ଏକ ଗ୍ରାମ ସ୍ତରୀୟ କମିଟି ଗଠନ କରାଗଲା ଏବଂ ଜେନାସାହି ଗ୍ରାମରେ ଏକ ଗୋ ଆଧାରିତ ପ୍ରକଳ୍ପ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ଆସନ୍ତା ୯ ତାରିଖ ରେ ପିପିଲି ବ୍ଲକର ଭାରତୀପୁର ଠାରେ ଅନ୍ୟ ଏକ ଗୋ ଓ ବୃକ୍ଷ ଆଧାରିତ ସମାବେଶ ନିମନ୍ତେ ନିଷ୍ପତ୍ତି  ଗ୍ରହଣ କରା ଯାଇଥିଲା।
prayash

Comments are closed.