www.samajalive.in
Sunday, December 14, 2025
26.1 C
Bhubaneswar

ପାଣିଟାଙ୍କି ପଡ଼ାକୁ ଉଚ୍ଛେଦ କଲା ରେଳ ବିଭାଗ, ୬୦ଟି ପରିବାରକୁ ଜରି ବଣ୍ଣନ କଲେ ଯୁବ ସ୍ବେଚ୍ଛାସେବୀ

ସମ୍ବଲପୁର: ସମ୍ବଲପୁରର ଚେରୁଆପଡା ସ୍ଥିତ ପାଣିଟାଙ୍କି ପଡାକୁ ଗତ ୧ ତାରିଖରେ ରେଳ ବିଭାଗ ପକ୍ଷରୁ ଉଚ୍ଛେଦ କରାଯାଇଛି। ରେଳ ବିଭାଗର ଏହି ଜମିରେ ପ୍ରାତ ୪୦ ବର୍ଷ ହେବ ଦିନ ମଜୁରିଆ ଓ ଖଟିଖିଆ ଲୋକେ ଘର କରି ରହି ଆସୁଥିଲେ। ତେବେ ରେଳବାଇ ଉନ୍ନୟନମୂଳକ କାର୍ଯ୍ୟ ଯୋଗୁଁ ସେମାନଙ୍କୁ ଏକ ମାସ ତଳେ ନୋଟିସ ଦିଆଯାଇ ଉଚ୍ଛେଦ କରାଯାଇଥିବା ବେଳେ କିନ୍ତୁ ବର୍ଷା ଋତୁରେ ଉଚ୍ଛେଦ ପରେ ସେମାନଙ୍କର ଅବସ୍ଥା ଦୁରୁହ ହୋଇ ପଡିଛି। ଅଞ୍ଚଳବାସୀ ବର୍ଷା ଋତୁରେ ଉଚ୍ଛେଦ ନ କରିବାକୁ ଅନୁରୋଧ କରିଥିଲେ ସୁଦ୍ଧା ସେମାନଙ୍କୁ ଉଚ୍ଛେଦ କରାଯାଇଥିବାରୁ ସେମାନେ ଏବେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ଏବଂ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଛନ୍ତି।

ଏହି ଘଟଣା ସମ୍ପର୍କରେ ଯୁବ ସମାଜସେବୀ ତଥା ପୁର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା ଅଞ୍ଚଳକୁ ଯାଇ ନିବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏଥି ସହ ଉଚ୍ଛେଦ ହୋଇଥିବା ୪୭ଟି ପରିବାର ସମେତ ଫାଟକ ଅଞ୍ଚଳର ୧୩ ଟି ପରିବାର ସମେତ ସମୁଦାୟ ୬୦ଟି ପରିବାରକୁ ଖରା, ବର୍ଷାରୁ ରକ୍ଷା ପାଇବା ପାଇଁ ଜରି ତ୍ରିପାଲ ପ୍ରଦାନ କରିଛନ୍ତି। ଅଞ୍ଚଳରେ ରହିଥିବା ଜଣେ ୮୨ ବର୍ଷିୟ ଶାରିରୀକ ବିକଳାଙ୍ଗ ବରିଷ୍ଠ ମହିଳାଙ୍କୁ ୫ ଶହ ଟଙ୍କା ପ୍ରଦାନ କରିବା ସହିତ ପ୍ରତି ମାସିକ ଏହି ସହାୟତା ରାଶି ପ୍ରଦାନ କରିବେ ବୋଲି ମଧ୍ୟ ଶ୍ରୀ ସାହା ପ୍ରତିଶୃତି ଦେଇଛନ୍ତି।

- Advertisement -

୮ ଦିନ ହେବ ପିଲା ଛୁଆ ଧରି ମୁଣ୍ଡ ଗୁଞ୍ଜିବାକୁ ଅଞ୍ଚଳବାସୀ ସମର୍ଥ ହୋଇ ନ ଥିବା ବେଳେ ସେମାନଙ୍କର ତୁରନ୍ତ ଥଇଥାନର ବ୍ୟବସ୍ଥା କରିବାକୁ ସରକାର ଓ ଜିଲା ପ୍ରଶାସନକୁ ଅନୁରୋଧ ଶ୍ରୀ ସାହା କରିଛନ୍ତି। ଏଥି ସହ ସରକାରୀ ଯୋଜନା ଅନୁଯାୟୀ ବାସହରା ମାନଙ୍କୁ ବାସଗୃହ ଯୋଗାଇ ଦେବାକୁ ଶ୍ରୀ ସାହା ସରକାରଙ୍କ ନିକଟରେ ଦାବି କରିଛନ୍ତି। ଅପରପକ୍ଷରେ ଏହି ମାନବୀୟ ସେବା ପାଇଁ ସବୁ ମହଲରୁ ଯୁବ ସମାଜସେବୀ ଶ୍ରୀ ସାହାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories