www.samajalive.in
Wednesday, December 10, 2025
16.1 C
Bhubaneswar

ପରକୀୟା ପ୍ରୀତି ନେଲା ଜୀବନ: ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା କଲେ ଏବିଡିଓ

ବନ୍ତ/ହାଟଡିହି: ପରକୀୟା ପ୍ରୀତି କେତେ ଯେ ଭୟଙ୍କର ହୋଇପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲା ବନ୍ତ ବ୍ଲକରେ ଦେଖିବାକୁ ମିଳିଛି। ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ଜେନା ଝିଅ ଆଗରେ ସ୍ତ୍ରୀ ସୁଦେଷ୍ଣାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ଏଭଳି ଘଟଣା କେନ୍ଦୁଝର ଜିଲା, ନନ୍ଦିପଦା ଥାନା ଡଅଁର ଗାଁରେ ଘଟିଛି।
ସୂଚନା ଅନୁଯାୟୀ, ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଥିବାବେଳେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ନେଇ ଦେବୀପ୍ରସାଦଙ୍କୁ ତାଙ୍କ ସ୍ତ୍ରୀ ବିଭିନ୍ନ ସମୟରେ ତାଗିଦ କରୁଥିଲେ। କିଛିଦିନ ତଳେ ସୁଦେଷ୍ଣା ତାଙ୍କ ସ୍ବାମୀଙ୍କ ନାମରେ ବନ୍ତ ବ୍ଲକର ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ତିକ୍ତତା କାରଣରୁ ସ୍ତ୍ରୀ କେନ୍ଦୁଝର ଜିଲା, ସୋସୋ ଥାନା ମୌଦା ଗ୍ରାମ ବାପ ଘରେ ରହୁଥିଲେ। ସେଠାରେ ସେ ସିଲେଇ କରି ପୁଅ ଝିଅଙ୍କୁ ପଢାଉଥିଲେ। ଦେବୀପ୍ରସାଦ ନିଜ ପୁଅ, ଝିଅ ଓ ସ୍ତ୍ରୀଙ୍କୁ ଅନେକ ସମୟରେ ମାରଧର କରିବା ସହ ନିଜ ଘର ଡଅଁର ଗାଁରେ ସେମାନଙ୍କୁ ରହିବାକୁ ଦେଉ ନ ଥିଲେ।

କିଛି ଦିନ ତଳେ ସ୍ତ୍ରୀ ସୁଦେଷ୍ଣା, ଝିଅ ଅର୍ପିତା ଓ ପୁଅ ସତ୍ୟପ୍ରକାଶଙ୍କୁ ନେଇ ଡଅଁର ଗଁାରେ ରହି ଆସୁଥିଲେ। ଗୁରୁବାର ଅପରାହ୍ଣରେ ସ୍ତ୍ରୀ ସୁଦେଷ୍ଣାଙ୍କୁ କଣ ରାନ୍ଧିଛ ବୋଲି ଦେବୀପ୍ରସାଦ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତକ୍ଷିପ୍ତ ଦେବୀପ୍ରସାଦ ପାଖରେ ଥିବା କୁରାଢ଼ିରେ ସୁଦେଷ୍ଣାଙ୍କ ବେକକୁ ହାଣି ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଦେଷ୍ଣା ତଳେ ପଡ଼ିଥିବା ବେଳେ ଝିଅ ଅର୍ପିତା ପଡୋଶୀଙ୍କୁ ଡାକ ପକାଇଥିଲେ। ଗୁରୁତର ଅବସ୍ଥାରେ ସୁଦେଷ୍ଣାଙ୍କୁ ପ୍ରଥମେ ନିକଟସ୍ଥ ସାଳଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ଏହି ଘଟଣାରେ ପୁଅ ସତ୍ୟପ୍ରକାଶ ବାପା ଦୀର୍ଘ ବର୍ଷ ହେବ ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ତାଙ୍କ ମା’ଙ୍କୁ ନିର୍ଯାତନା ଦେଇଥିବା ଏବଂ କୁରାଢ଼ିରେ ହାଣି ହତ୍ୟା କରିଥିବା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୁଲିସ ଚେଷ୍ଟା ଜାରି ରଖିଛି। ନନ୍ଦିପଦା ପୁଲିସ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌‌ ଓ ସାଇଣ୍ଟିଫିକ୍‌‌ ଟିମ୍‌‌ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଥିବା ବେଳେ ହତ୍ୟାରେ ବ୍ୟବହାର ହୋଇଥିବା କୁରାଢ଼ିକୁ ଜବତ କରିଛି। ଶୋକାକୁଳ ପରିବେଶ ମଧ୍ୟରେ ମୃତ ସୁଦେଷ୍ଣାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories