www.samajalive.in
Wednesday, December 10, 2025
16.1 C
Bhubaneswar

୨୦୨୫-୨୬ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି ଘୋଷିତ

ନୂଆଦିଲ୍ଲୀ: ୨୦୨୫-୨୬ ବର୍ଷ ପାଇଁ ଘୋଷିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ତାଲିକା ଅନୁଯାୟୀ କ୍ରମାଗତ ଭାବେ ଦ୍ୱିତୀୟ ଥର କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଅର୍ଥ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏବଂ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ଗ୍ରାମ ବିକାଶ ଓ ପଞ୍ଚାୟତରାଜ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଏଥିସହ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ ସଂଶୋଧନ ବିଧେୟକ ୨୦୨୫ ପାଇଁ ଗଠିତ ସିଲେକ୍ଟ କମିଟିର ଅଧ୍ୟକ୍ଷ ଭାବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ଘୋଷଣା ହୋଇଛି। ରେଳ ଏବଂ ସଞ୍ଚାର, ସୂଚନା ଓ ପ୍ରଯୁକ୍ତି ସଂସଦୀୟ କମିଟିରେ ତିନି ଜଣ ଲେଖାଏଁ ଓଡ଼ିଆ ସାଂସଦ ସ୍ଥାନ ପାଇଛନ୍ତି। ରେଳ ସଂସଦୀୟ ଷ୍ଟାଣ୍ଡିଂ କମିଟି ସଦସ୍ୟ ଭାବେ ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଓ ରାଜ୍ୟସଭା ସାଂସଦ ଶୁଭାଷିଶ ଖୁଣ୍ଟିଆ ଅଛନ୍ତି। ସଞ୍ଚାର, ସୂଚନା ଓ ପ୍ରଯୁକ୍ତି ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କ ନାମ ଘୋଷଣା ହୋଇଛି।

ସେହିପରି ବାଣିଜ୍ୟ କମିଟିରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, ଶିଳ୍ପ କମିଟିରେ ଜଗତସିଂପୁର ସାଂସଦ ବିଭୁପ୍ରସାଦ ତରାଇ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବୈଦେଶିକ ବ୍ୟାପାର କମିଟିରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଶ୍ରମ ବୟନ ଓ ଦକ୍ଷତା ବିକାଶ କମିଟିରେ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଅଛନ୍ତି। ଗ୍ରାମ ବିକାଶ ଓ ପଞ୍ଚାୟତରାଜ ଷ୍ଟାଣ୍ଡିଂ କମିଟିରେ କୋରାପୁଟ ସାଂସଦ ସପ୍ତଗିରିଙ୍କ ସହ ମୟୁରଭଞ୍ଜ ସାଂସଦ ନବଚରଣ ମାଝୀଙ୍କୁ ସ୍ଥାନ ମିଳିଛି।

- Advertisement -

ଏଥିସହ ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ପୁରୀ ସାଂସଦ ଡା ସମ୍ବିତ ପାତ୍ର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ କମିଟିରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ପରିବହନ ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, କୃଷି ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ପ୍ରତିରକ୍ଷା କମିଟିରେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ, ଶକ୍ତି କମିଟିରେ ରାଜ୍ୟସଭା ସାଂସଦ ମମତା ମହନ୍ତ, ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଗୃହ ଓ ସହରାଞ୍ଚଳ ବ୍ୟାପାର କମିଟିରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଜଳସମ୍ପଦ କମିଟିରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସାର ଓ ରସାୟନ କମିଟିରେ ପୁରୀ ସାଂସଦ ସମ୍ବିତ ପାତ୍ର, କୋଇଲା ଖଣି ଓ ଇସ୍ପାତ କମିଟିରେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ନାମ ଘୋଷଣା ହୋଇଛି। ଚଳିତ ଥର ପୁରୀ ସାଂସଦ ଡା ସମ୍ବିତ ପାତ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦୁଇଟି କମିଟିରେ ସ୍ଥାନ ମିଳିଛି। ଗୁରୁତ୍ୱପୂର୍ଣ୍ଣ ସ୍ୱରାଷ୍ଟ୍ର ବ୍ୟାପାର, ବିଜ୍ଞାନ ଓ ଜ୍ଞାନକୌଶଳ, ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ଏବଂ ଆଇନ ଓ ନ୍ୟାୟ ଆଦି ସଂସଦୀୟ ଷ୍ଟାଣ୍ଡିଂ କମିଟିରେ କୌଣସି ଓଡ଼ିଆ ସାଂସଦ ସ୍ଥାନ ପାଇନାହାନ୍ତି।

Hot this week

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

Related Articles

Popular Categories