www.samajalive.in
Monday, December 8, 2025
24.1 C
Bhubaneswar

ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର, ଡିସିପି ଆହତ ହୋଇଥିବା ସୂଚନା

କଟକ: କଟକରେ ମା’ ଦୁର୍ଗାଙ୍କ ଭସାଣ ଉତ୍ସବ ଚାଲିଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଦରଘାବଜ଼ାର ଥାନା ଅଞ୍ଚଳରେ ପ୍ରବଳ ଗଣ୍ଡଗୋଳ ଘଟିଛି। ଢେଲାମାଡରେ ଡିସିପିଙ୍କ ସମେତ ୧୫ରୁ ଅଧିକ ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସ ସ୍ଥାନୀୟ ଅଞ୍ଚଳରେ ବିଏନ୍‌ଏସ୍‌ର ୧୬୩ ଧାରା ଜାରି କରିଛି। ଉ​‌େ​‌ତ୍ତଜନାକୁ ପ୍ରଶମିତ କରିବାକୁ ଯାଇ ପୁଲିସକୁ ଲାଠିଚାଳନା କରିବାକୁ ପଡିଥିଲା। ଏବେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ଥିବାସତ୍ତ୍ବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ପ୍ରତିମା ଶୋଭାଯାତ୍ରlରେ ବିସର୍ଜନ ପାଇଁ ଦେବୀଗଡ଼ା ଅଭିମୁଖେ ଯାଉଥିଲେ ।

ତେବେ ଦରଘlବଜ଼ାର ଜେଲରୋଡ଼ର ଏକ ନିର୍ଦ୍ଦିଷ୍ଟ ଦିଗରୁ ହଠାତ୍‌ ଢେଲାମାଡ଼ ହୋଇଥିଲା । ଢେଲାମାଡ଼ର କାରଣ ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ଢେଲାମାଡ଼ ହେବାକୁ ଲାଗିଥିଲା। ପ୍ରାୟ ୧୫ ଜଣରୁ ଅଧିକ ଏଥିରେ ଆହତ ହୋଇଛନ୍ତି। ତେବେ ଆରମ୍ଭରୁ ଢେଲାମାଡ଼ ଯୋଗୁଁ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ ମଧ୍ୟ ପାଲଟା ନିର୍ଦ୍ଦିଷ୍ଟ ଦିଗକୁ ଢେଲାମାଡ଼ ହୋଇଥିଲା। ଫଳରେ ପରିସ୍ଥିତି ସଂପୂର୍ଣ୍ଣ ଅଣାୟତ୍ତ ହୋଇପଡିଥିଲା । କଟକ ଡିସିପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ସମେତ ଅନେକଙ୍କ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଛି। ଅନ୍ୟପକ୍ଷରେ ଏଭଳି ଘଟଣା ପ୍ରତିବାଦରେ ଶୋଭାଯାତ୍ରାକାରୀ ରାସ୍ତା ଉପରେ ଧାରଣାରେ ବସିରହିଥିଲେ। ଏଥିଯୋଗୁଁ ରାତି ସାଢେ ଅଢେଇଟା ପରେ ପ୍ରତିମା ଶୋଭାଯାତ୍ର। ବନ୍ଦ ରହିଛି। ରାସ୍ତାରେ ପାଖାପାଖି ୪୦ରୁ ଉର୍ଦ୍ଧ ପ୍ରତିମା ଅଟକି ରହିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories