www.samajalive.in
Saturday, December 13, 2025
14.1 C
Bhubaneswar

କାହିଁକି ହାରିଲା କଂଗ୍ରେସ?

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ଲୋକସଭା ନିର୍ବାଚନ ୨୦୧୯ ସମାପ୍ତ ହେବା ପରେ ବିଜେପି ସରକାର ଗଠନ କରିବା ଓ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ନେଇ ଯେତିକି ଚର୍ଚ୍ଚା ନ ଚାଲିଛି, ଅଧିକ ଚର୍ଚ୍ଚା ହେଉଛି କଣ ପାଇଁ ଶୋଚନୀୟ ପରାସ୍ତ ହେଲା କଂଗ୍ରେସ। ଦଳର କିଛି ବରିଷ୍ଠ ନେତା କଂଗ୍ରେସର ମୁଳୋତ୍ପାଟନ ପାଇଁ ଅଣ୍ଟା ଭିଡ଼ିଥିଲା ବେଳେ ଅନ୍ୟ କେତେଜଣ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ମଧ୍ୟ ପ୍ରସ୍ତାବ ଦେଉଛନ୍ତି। ତେବେ କଂଗ୍ରେସର ଭବିଷ୍ୟତ କଥା କହୁଥିବା କିଛି ନେତା କିନ୍ତୁ କଂଗ୍ରେସର ନୁହନ୍ତି ତେଣୁ ଦଳ ବାହାରୁ ଏଭଳି ଦାବି ଦଳରେ ଥିବା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗୋଟିଏ ପଟେ ସଂଘ ପରିବାରକୁ ବିରୋଧ କରୁଥିବା ନେତା କଂଗ୍ରେସ ବିପକ୍ଷରେ ମତ ରଖୁଥିବା ବେଳେ ଅର୍ଥନୀତି ବିଶେଷଜ୍ଞ ତଥା ନୋବେଲ ପ୍ରାଇଜ ବିଜେତା ଅମର୍ତ୍ୟ ସେନ କହିଛନ୍ତି, ମୋଦୀ କ୍ଷମତା ଲଢେଇ ଜିତିଛନ୍ତି, ବିଚାରଧାରା ଲଢେଇ ନୁହେଁ। ଆସନ୍ତା ପାଞ୍ଚ ବର୍ଷ ଯାଏଁ କଂଗ୍ରେସ ବିଚାରଧାରା ଉପରେ ଆକ୍ରମଣ ଜାରି ରହିବ କାରଣ ବିଦେଶୀ ବିଚାରଧାରା କହି ସମାଲୋଚନା ସମ୍ଭବ କିନ୍ତୁ କଂଗ୍ରେସ ବିଚାରଧାରାକୁ ସମାଲୋଚନା କରିବା ସମ୍ଭବ ନୁହେଁ ବୋଲି ସେନ କହିଛନ୍ତି।

- Advertisement -

ଅନ୍ୟ ପକ୍ଷରେ ବଂଶବାଦକୁ କଂଗ୍ରେସର ପରାଜୟର କାରଣ କୁହାଯାଉଥିବା ବେଳେ ଆମ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ବହୁଜନ ସମାଜ ପାର୍ଟି ଜଣଙ୍କ ଦ୍ୱାରା ପରିଚାଳିତ ହେଉଥିଲେ ମଧ୍ୟ କେଉଁଠି ନ କେଉଁଠି ବଂଶବାଦ ଆଡକୁ ଗତି କରୁଛି। ଗୁରୁତ୍ୱପୂର୍ଣ ବିଷୟ ଏହା ଯେ କଂଗ୍ରେସ ଯେଉଁ ବିଚାରଧାରା ନେଇ ବିଜେପି ବିରୁଦ୍ଧରେ ଲଢ଼ୁଛି, ସେଥିରୁ ନିଜେ ଓହରି ଯାଉଛି।

କଂଗ୍ରେସରେ ବିଚାରଧାରା ପରିବର୍ତ୍ତନ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ ହୋଇଥିଲା ଯେତେବେଳେ ସେ ଗଣତାନ୍ତ୍ରିକ ପରମ୍ପରା ବିରୁଦ୍ଧରେ ଯାଇ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ରାଜୀବ ଗାନ୍ଧୀଙ୍କ ସମୟରେ ଆର୍ଥିକ ନୀତିକୁ ପ୍ରୋତ୍ସାହନ ନ ଦେବା ମଧ୍ୟ କିଛି ପରିମାଣରେ କଂଗ୍ରେସର ଆଭ୍ୟନ୍ତରୀଣ ସଙ୍ଗଠନକୁ ଦୁର୍ବଳ କରିଛି ଯାହା ପରବର୍ତ୍ତୀ ସମୟରେ ଦଳ ପାଇଁ ପରାଜୟର କାରଣ ହୋଇଛି।

ନେହେରୁ ଗାନ୍ଧିଜୀଙ୍କ ନୀତିରୁ ବିଚ୍ୟୁତ ହେବା ପରେ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ନେହେରୁଙ୍କ ପରମ୍ପରାକୁ ଅନୁସରଣ କରି ନ ଥିଲେ ଏବଂ ପି.ଭି. ନରସିଂହ ରାଓ ନେହେରୁଙ୍କ ନୀତିର ସମ୍ପୁର୍ଣ୍ଣ ବିରୋଧୀ ଥିଲେ ବୋଲି ରାଜନୈତିକ ବିଶାରଦମାନେ କହିଛନ୍ତି, ଯାହା କଂଗ୍ରେସର ପରାଜୟର ଅନ୍ୟତମ କାରଣ ହୋଇପାରେ। ବିଜେପି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଆର୍ଥିକ ସଂସ୍କାର ମଧ୍ୟରେ ସେମିତି ଆଖି ଦୃଷ୍ଟିଆ ଭିନ୍ନତା ଥିବା ଭଳି ମାନେ ହୁଏ ନାହିଁ କିନ୍ତୁ ଦଳୀୟ ବାର୍ତ୍ତା ଭୋଟରମାନଙ୍କ ପାଖରେ ପହଞ୍ଚାଇବା କ୍ଷେତ୍ରରେ କଂଗ୍ରେସର ଅସଫଳତା ପରାଜୟର ପ୍ରମୁଖ କାରଣ ବୋଲି ମନେହୁଏ।

Hot this week

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

Related Articles

Popular Categories