www.samajalive.in
Saturday, December 6, 2025
17.1 C
Bhubaneswar

ବଢୁଛି ଉତ୍କଣ୍ଠା; ସିଂହାସନରେ ବସିବ କିଏ ?

ଭୁବନେଶ୍ୱର: ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାବାସୀ ବିରାଟ ପରିବର୍ତ୍ତନ କରିଛନ୍ତି। ଦୀର୍ଘ ୨୪ବର୍ଷ ଧରି ରାଜ୍ୟର ଶାସନ ଡୋର ଧରିଥିବା ବିଜେଡିକୁ କ୍ଷମତାଚ୍ୟୁତ କରି ବିଜେପି ହାତରେ କ୍ଷମତା ଦେଇଛନ୍ତି। ୨୪ବର୍ଷ ତଳେ ଜନ୍ମ ହୋଇଥିବା ଶିଶୁଟି ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀଭାବେ ଦେଖି ଆସୁଛି। ଯେଉଁ ଶିଶୁଟି ୨୪ବର୍ଷ ପରେ ଏବେ ଯୁବକରେ ଉପନୀତ ହୋଇଛି ସେ ୨୪ବର୍ଷ ଧରି ଦେଖି ଆସୁଥିବା ନବୀନଙ୍କ ବଦଳରେ ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବ। କେବଳ ୨୪ବର୍ଷର ଜଣେ ଯୁବକ ନୁହେଁ, ଓଡ଼ିଶାର ସାଢ଼େ ଚାରିକୋଟି ଜନତା ତାଙ୍କର ନେତୃତ୍ବ କେଉଁ ବିଜେପି ନେତା ନେ‌େ‌ବ, ତାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି। କିଏ ବିଜେପିର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବ, ତାକୁ ନେଇ ଦଳୀୟ ନେତାଙ୍କ ସହିତ ସମସ୍ତଙ୍କ ମଧ୍ୟରେ ଆଗ୍ରହ ବଢ଼ିଚାଲିଛି। ବିଜେପି ସରକାର ଗଠନ କରିବା ନେଇ ସମୟ ଗଡ଼ି ଚାଲିବା ସହିତ କିଏ ମୁଖ୍ୟମନ୍ତ୍ରୀ ହେ‌େ‌ବ ତାକୁ ନେଇ ଗାଁର ଚା’ ଖଟିରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ଚାଲିଛି।

ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ଭିତରେ ଆଜି କେନ୍ଦ୍ରୀୟ ପ୍ରଭାରୀ ବିଜୟ ପାଲ ସିଂତୋମାର ଡକରା ପାଇ ଦିଲ୍ଲୀ ଯାଇଛନ୍ତି। ସେ ଶୁକ୍ରବାର ଦିଲ୍ଲୀରୁ ଫେରିବେ ବୋଲି ସୂଚନା ମିଳିଛି। ସମ୍ଭବତଃ କେନ୍ଦ୍ରୀୟ ନେତାଙ୍କ ସହିତ ସେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେ‌େ‌ବ, ସେ ସଂକ୍ରାନ୍ତରେ ଦଳୀୟ ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା କରିବେ। ଶୀର୍ଷ ନେତୃତ୍ବ ମୋହର ମାରିବା ପରେ ସେ ଓଡ଼ିଶା ଫେରିବେ। ସେ ଓଡ଼ିଶା ଫେରିବା ପରେ ବିଧାୟକ ଦଳ ବୈଠକ ବସିବ। ଏଥିରେ ବିଧାୟକ ଦଳ ନେତା କିଏ ହେବ, ସେଥିରେ ମୋହର ଲାଗିବ। ଏହାରି ମଧ୍ୟରେ ୫ବର୍ଗର ୫ଜଣ ବରିଷ୍ଠ ନେତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରାଯାଇ କେନ୍ଦ୍ରୀୟ ନେତାଙ୍କ ନିକଟକୁ ପଠାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏଥରେ ତଫସିଲଭୁକ୍ତ ଉପଜାତିର ତଥା ଦେଶର କମ୍ପଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ଅଫ୍ ଇଣ୍ଡିଆ ଥିବା ଓଡ଼ିଆ ପୁଅ ଗିରୀଶଚନ୍ଦ୍ର ମୁର୍ମୁ, ତଫସିଲଭୁକ୍ତ ଜାତିର ତଥା ଦଳର ଯୁବ ଚେହେରା ସୂରଜ ସୂର୍ଯ୍ୟବଂଶୀ, ମହିଳା ବର୍ଗରୁ ସୁରମା ପାଢ଼ୀ, ଓବିସି ବର୍ଗରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଜୟନାରାୟଣ ମିଶ୍ରଙ୍କ ନାମ ସୁପାରିସ କରାଯାଇଥିବା ଏହି ସୂତ୍ର କହିଛି। ଏଥିସହିତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିଶ୍ବସ୍ତ ଥିବା ତଥା ବିଜେଡି ଡେଇଁ ବିଜେପି ଟିକଟରେ ଜିତିଥିବା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ପାଇଁ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି। ଓଡ଼ିଶା ବିଧାନସଭାରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜେପି ୭୮ଟି ଆସନ ସହ ୧ ସ୍ବାଧୀନ ମିଶାଇ ୭୯ ବିଧାୟକ। ବିଜେଡି ୫୧, କଂଗ୍ରେସ ୧୪ ଓ ସିପିଆଇ ଗୋଟିଏ ଆସନ ପାଇଛି। ବିଜେପି ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀଭାବେ ବିଜେପିର କୌଣସି ପରିଚିତ ମୁହଁ ରାଜ୍ୟବାସୀଙ୍କ ପାଖରେ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ସିଂହାସନରେ କିଏ ବସିବ ସେ ନେଇ ଅଙ୍କକଷା ଚାଲିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories