www.samajalive.in
Saturday, December 6, 2025
14.1 C
Bhubaneswar

କାହିଁକି ଚର୍ଚ୍ଚାରେ ଗିରିଶ ?

ଭୁବନେଶ୍ବର: ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସର୍ବାଧିକ ଚର୍ଚ୍ଚାରେ ରହିଛି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାମ ମୟୂରଭଞ୍ଜ ଜିଲାର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ . ଗିରିଶଚନ୍ଦ୍ର ମୁର୍ମୁ ସମ୍ପ୍ରତି ଭାରତୀୟ ମହାଲେଖାକାର ହିସାବ ସମୀକ୍ଷକ (ସିଏଜି) ପଦରେ ଅଧିଷ୍ଠିତ ୧୯୮୫ ବ୍ୟାଚ୍ ଗୁଜରାଟ କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ ମୁର୍ମୁ ଅତୀତରେ ଗୁଜରାଟରେ ମୋଦୀଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିଲେ ୨୦୨୦ ମସିହା ଅଗଷ୍ଟ ୮ରୁ ସେ ସିଏଜି ଭଳି ଗୁରୁତ୍ବପୂର୍ଣ୍ଣ ପଦରେ କା କରୁଛନ୍ତି ଏହା ପୂର୍ବରୁ ତାଙ୍କୁ ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ଦାୟିତ୍ବ ମିଳିଥିଲା ମୁର୍ମୁଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ରହିଛି ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଧାରା ୩୫ ଉଚ୍ଛେଦବେଳେ ସେଠାରେ ଆଇନ ଶୃଙ୍ଖଳା ସହ ଶାସନ ବ୍ୟବସ୍ଥାକୁ ଠିକ୍ ପରିଚାଳନା କରିବା ଲାଗି ପ୍ରଥମେ ସତ୍ୟପାଳ ମଲ୍ଲିକ ପରେ ମୁର୍ମୁଙ୍କୁ ଉପରାଜ୍ୟପାଳ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଗିରିଶଙ୍କ କାର୍ୟ୍ୟ ବେଶ୍ସନ୍ତୋଷଜନକ ରହିଥିଲା ଜଣେ ସ୍ବଚ୍ଛ ତଥା ନିରପେକ୍ଷ ଏବଂ ସମସ୍ତଙ୍କୁ ନେଇ କାର୍ୟ୍ୟ କରିବାର ସଫଳ ରେକର୍ଡ ମୁର୍ମୁଙ୍କର ରହିଛି ସେ ଦୃଷ୍ଟିରୁ ଗିରୀଶଙ୍କ ଉପରେ ପ୍ରଧାନମନ୍ତ୍ରୀ ଭରସା କରିପାରନ୍ତି ବୋଲି ଆଲୋଚନା ହେଉଛି ରାଜନୈତିକ ଅଳିନ୍ଦରେ ମଧ୍ୟ ତାଙ୍କର ବେଶ୍ପ୍ରବେଶ ରହିଛି ଓଡ଼ିଶାରେ ପ୍ରାଶାସନିକ ଅଚଳାବସ୍ଥା ଦୂର ସହ ବିଜେପି ମଧ୍ୟରେ ଏକାଧିକ ମୁଖ୍ୟମନ୍ତ୍ରୀ ଆଶାୟୀଙ୍କୁ ନେଇ ବଢୁଥିବା ଅନ୍ତର୍ବିବାଦ ଦୂର ଲାଗି ଏଇ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ହୁଏତ ମୋଦୀ ଘୋଷଣା କରିବା ଲାଗି ଚିନ୍ତା କରୁଥାଇପାରନ୍ତି ସେ ଆଦିବାସୀ ସମାଜର ହୋଇଥିବାରୁ ଏବଂ ମୟୂରଭଞ୍ଜ ଜିଲାବାସୀ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଭଳି ଏହା ମଧ୍ୟ ଦଳ ଲାଗି ଏକ ବଡ଼ ଫାଇଦା ଦେଇପାରେ ରାଜନୈତିକ ପ୍ରଶାସନିକ କାର୍ୟ୍ୟ ସମ୍ଭାଳିବାରେ ସିଦ୍ଧହସ୍ତ ମୁର୍ମୁଙ୍କୁ ନେଇ ମୋଦୀ ଆଦିବାସୀ କାର୍ଡ ଖେଳିବା ସହ ରାଜ୍ୟ ବିଜେପିର କୌଣସି ସଦସ୍ୟଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ ହୁଏତ ମୋଦୀ ଚିନ୍ତା କରୁଥାଇପାରନ୍ତି ଓଡ଼ିଶାବାସୀଙ୍କୁ ସୁଶାସନ ପ୍ରଦାନ ଲାଗି ତାଙ୍କ ଭଳି ଜଣେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବା ମୋଦୀଙ୍କର ବଡ଼ ଅସ୍ତ୍ର ହୋଇପାରେ ଏତଦ୍ବ୍ୟତୀତ ମୋଦୀ ଯଦି ମହିଳା କାର୍ଡ ଖେଳନ୍ତିଟ୍ଟ ତେବେ ସୁରମା ପାଢ଼ୀ କିମ୍ବା ଅନ୍ୟ କାହା ନାମ ଆଗକୁ ଆସିପାରେ ଅପରାଜିତା ଓଡ଼ିଶାର ବୋହୁ ହୋଇଥିବାରୁ ମୋଦୀଙ୍କ ଘୋଷଣା ଅନୁଯାୟୀ, ହୁଏତ ତାଙ୍କୁ ବାଦ୍ ଦିଆଯାଇପାରେ ବୈଜୟନ୍ତଙ୍କୁ କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ କରାଇବା ସମ୍ଭାବନା ଥିବାରୁ ତାଙ୍କୁ ରାଜ୍ୟ ଦାୟିତ୍ବ ମିଳି ନପାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କେନ୍ଦ୍ରରେ ଏକାଧିକ ବିଭାଗ ପରିଚାଳନା କରିବାର ଅଭିଜ୍ଞତା ରହିଛିଟ୍ଟ ମାତ୍ର ତାଙ୍କୁ କୁଆଡେ ଦଳ ଭିତରେ କିଛିଟା ବିରୋଧ ହୋଇପାରେ ବୋଲି ଗଣମାଧ୍ୟମରେ ଆଲୋଚନା ହେଉଛି ପୁନଶ୍ଚ କେନ୍ଦ୍ରରେ ଏନ୍ଡିଏର ସଂଖ୍ୟା ଦୃଷ୍ଟିରୁ ଜଣେ ନବନିର୍ବାଚିତ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରାଇ ମୋଦୀ ଅଧିକ ସଙ୍କଟର ସମ୍ମୁଖୀନ ହେବାକୁ ଚାହୁଁ ନଥିବା କୁହାଯାଉଛି ସେ ଦୃଷ୍ଟିରୁ ଗିରୀଶ କିମ୍ବା ଆଉ କାହାକୁ ଅତର୍କିତ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ଛତିଶଗଡ଼, ମଧ୍ୟପ୍ରଦେଶ ରାଜସ୍ଥାନ ଭଳି ରାଜ୍ୟରେ ବିଜେପି କେନ୍ଦ୍ରୀୟ ନେତୃତ୍ବ ପ୍ରଶାସନିକ ଅଧିକାରୀଙ୍କୁ ନେତୃତ୍ବ ଦେଇ ନଥିଲେ ମଧ୍ୟ ନବାଗତଙ୍କୁ ମୁଖ୍ୟମନ୍ତ୍ରୀ କରି ଜନତା ରାଜନେତାଙ୍କୁ ବିସ୍ମିତ କରାଇଛି ଓଡ଼ିଶାରେ ହୁଏତ ସେଭଳି କିଛି ଚକିତ କରିବା ଭଳି ଘଟଣା ଘଟିପାରେ ତେବେ ଆସନ୍ତା ୮ରେ ମୋଦୀ କେନ୍ଦ୍ରରେ ତୃତୀୟ ପାଳି ସରକାରର ଶପଥ ନେଉଥିବାରୁ ସୁଦ୍ଧା ଓଡ଼ିଶା ନେତୃତ୍ବ ସ୍ପଷ୍ଟ ହୋଇଯିବ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories