www.samajalive.in
Saturday, December 6, 2025
14.1 C
Bhubaneswar

ବିଏସକେୱାଇ ଚାଲୁ ରହିଛି, ସ୍ପଷ୍ଟୀକରଣ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଚାଲୁ ରହିଛି। ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସରକାର ବଦଳିବା ପରେ ଘରୋଇ ଡାକ୍ତରଖାନାଗୁଡ଼ିକ ବିଏସକେୱାଇ କାର୍ଡରେ ରୋଗୀଙ୍କ ଚିକିତ୍ସା କରୁ ନ ଥିବା ଅଭିଯୋଗ ଆସିଥିଲା। ଏହା ଉପରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି। ଘରୋଇ ଡାକ୍ତରଖାନାଗୁଡ଼ିକ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର (ଏମଓୟୁ) ବଳବତ୍ତର ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ବର୍ତ୍ତମାନ ସମୟରେ ଜନସାଧାରଣ ପୂର୍ବପରି ବିଏସକେୱାଇ ଜରିଆରେ ସ୍ୱାସ୍ଥ୍ୟସେବା ପାଇପାରିବେ।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇ ବିଏସକେୱାଇ ବନ୍ଦ ହେବ ବୋଲି କହିଥିଲେ। ଏହା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ ବୋଲି କହିଥିଲେ। ବିଏସକେୱାଇରେ ଜନସାଧାରଣଙ୍କୁ ଅଳ୍ପ ସୁବିଧା ମିଳୁଛି। କିନ୍ତୁ ଆୟୁଷ୍ମାନ ଭାରତରେ ବ୍ୟାପକ ସୁବିଧା ପ୍ରଦାନ କରାଯିବ। ମାତ୍ର ବର୍ତ୍ତମାନ ସମୟରେ ବିଏସକେୱାଇ ବନ୍ଦ ହେବା ନେଇ କୌଣସି ସୂଚନା ଦେଇ ନ ଥିବାବେଳେ ଡାକ୍ତରଖାନାଗୁଡ଼ିକ ସରକାର ବଦଳିବା ଆଳରେ ରୋଗୀଙ୍କୁ ବିଏସକେୱାଇ କାର୍ଡରେ ଚିକିତ୍ସା ନ ଦେଇ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା। ମାତ୍ର ଏପରି ନ କରିବାକୁ ମଧ୍ୟ ମନମୋହନ ବୁଧବାର ଡାକ୍ତରଖାନାଗୁଡ଼ିକ ଉଦ୍ଦେଶ୍ୟରେ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories