www.samajalive.in
Sunday, December 14, 2025
17.1 C
Bhubaneswar

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତାଲିକା ; ହାର୍ଟ ଆଟାକ୍‌‌ ଓ ଷ୍ଟ୍ରୋକ୍‌‌ର ଲକ୍ଷଣ..

ହୃଦୟ ସହ ଜଡିତ ରୋଗ ଓ ସମସ୍ୟା ଦିନକୁ ଦିନ ବୃଦ୍ଧି ହେଉଥିବା ଦେଖାଯାଉଛି। ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମତାନୁଯାୟୀ, ହୃଦୟଜନିତ ରୋଗ କାରଣରୁ ପ୍ରତ୍ୟେକ ବର୍ଷ ୧.୭୯ କୋଟି ଲୋକଙ୍କ ମୃତ୍ୟୁ ହେଉଛି। ଏହି ସଂଖ୍ୟା ଦୁନିଆରେ ପ୍ରତ୍ୟେକ ବର୍ଷ ହେଉଥିବା ମୋଟ ମୃତ୍ୟୁର ପ୍ରାୟ ୩୧ ପ୍ରତିଶତ। ଚିନ୍ତାର ବିଷୟ ହେଉଛି ଏହି ମୃତ୍ୟୁରେ ପ୍ରାୟ ୮୫ ପ୍ରତିଶତ ମୃତ୍ୟୁ ୨ଟି ମୁଖ୍ୟ କାରଣରୁ ହେଉଛି। ପ୍ରଥମଟି ହେଉଛି ହାର୍ଟ ଆଟାକ୍‌‌ ଓ ଷ୍ଟ୍ରୋକ୍‌‌। ୨ଟି ହୃଦୟ ଜନିତ ରୋଗ। ତେବେ ଏହାର ଲକ୍ଷଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସାମ୍ନାକୁ ଆଣିଛି। ଏସବୁ ସମସ୍ୟା ହେଉଥିଲେ ଅଣଦେଖା କରନ୍ତୁ ନାହିଁ। ଜାଣନ୍ତୁ..
ହାର୍ଟ ଆଟାକ୍‌‌ର ଲକ୍ଷଣ –
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ହୋଇଥିବା ତାଲିକା ମଧ୍ୟରେ ଛାତିର ମଝି ଭାଗରେ ଯନ୍ତ୍ରଣା ହେବା ସହ ଅଣନିଶ୍ୱାସୀ ଲାଗିଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ହାର୍ଟ ଆଟାକ୍‌‌ର ଲକ୍ଷଣ ହୋଇପାରେ।
ବାମ କାନ୍ଧ,କହୁଣି, ହାଡଗଣ୍ଠି ଯନ୍ତ୍ରଣା, ବେକରେ ଯନ୍ତ୍ରଣା ହେବା ସହ ବ୍ୟସ୍ତତା ଅନୁଭବ ହେଉଥିଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ନିୟମିତ ଭାବେ ମୁଣ୍ଡ ବୁଲାଉଥିଲେ, ହଠାତ୍‌‌ ଚେତାଶୂନ୍ୟ ହୋଇଯାଉଥିଲେ କିମ୍ବା ସେଭଳି ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଶରୀର ଥଣ୍ଡା ଥାଇ ମଧ୍ୟ ହଠାତ୍‌‌ ଥଣ୍ଡା ଝାଳ ଶରୀରରୁ ନିର୍ଗତ ହେଲେ, ଶରୀର ହଳଦିଆ ରଙ୍ଗ ଭଳି ଦେଖାଯିବାର ଅର୍ଥ ଶରୀରରେ ସଠିକ୍‌‌ ଭାବେ ରକ୍ତ ସଞ୍ଚାଳନ ନହେବା। ଏଭଳି ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ହେଳା କରନ୍ତୁ ନାହିଁ।
ଷ୍ଟ୍ରୋକ୍‌‌ର ଲକ୍ଷଣ –
ହଠାତ୍‌‌ ଦୁର୍ବଳ ଅନୁଭବ କଲେ, ହାତ,ଗୋଡ କିମ୍ବା ଶରୀରର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କଲେ, ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।
ସବୁ ସମୟରେ ଦ୍ୱନ୍ଦ୍ୱ ଲାଗି ରହିବା ସହ ସହଜରେ କୌଣସି କଥାକୁ ବୁଝି ନପାରିବା। କଥା କହିବା ସମୟରେ ସମସ୍ୟା ହେବା ମଧ୍ୟ ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।
ନିୟମିତ ଆଖିରେ ଯନ୍ତ୍ରଣା ସହ ଦେଖିବାରେ ସମସ୍ୟା।
ଚାଲିବାରେ ସମସ୍ୟା ଓ ଯନ୍ତ୍ରଣା, ସଠିକ ଭାବେ ନ ଚାଲି ପାରିବା, ଚାଲିବା ସମୟରେ ମୁଣ୍ଡ ବୁଲାଇବା ଭଳି ଅନୁଭବ ହେବା।
ଛାତିରେ ଯନ୍ତ୍ରଣା ସହ ହଠାତ୍‌‌ ମୁଣ୍ଡରେ ଖୁବ ଜୋରରେ ଯନ୍ତ୍ରଣା ହେବା ମଧ୍ୟ ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories