କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକର ବୁଡ଼ାଗୁଡା ପଞ୍ଚାୟତରେ ଆବାସ ଯୋଜନାରେ ଘର ନିର୍ମାଣ କରି ଟଙ୍କା ପାଇବା ପାଇଁ ହିତାଧିକାରୀ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଆବାସରେ ଘର ପାଇଲେ ସମ୍ପୂର୍ଣ୍ଣ ମଧ୍ୟ କଲେ କିନ୍ତୁ ମନରେଗାର ଟଙ୍କା ପ୍ରଦାନ କରାଯାଇ ନଥିବାରୁ ହିତାଧିକାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି କହିଛନ୍ତି ଢେପାଗୁଡା ଗ୍ରାମବାସୀ। ମନରେଗାର ୨୦ହଜାର ଟଙ୍କା ପାଇବାକୁ ଥିଲେ ମଧ୍ୟ ଜିଆରଏସ ଜଣକ ହାତଗୁଞ୍ଜା ମାଗୁଛନ୍ତି। ହିତାଧିକାରୀଙ୍କ ନିକଟରେ ହାତଗୁଞ୍ଜା ଦେବା ପାଇଁ ଟଙ୍କା ନଥିବାରୁ ଆବାସ ଯୋଜନାରେ ଟଙ୍କା ପାଇପାରୁନୁ ବୋଲି କହିଛନ୍ତି ଗୀତାଞ୍ଜଳି ଗୌଡ଼ ଓ ଏସ ଅନନ୍ତ। ମନରେଗାରେ କାର୍ଯ୍ୟ ଶେଷ କରି ୧ ବର୍ଷ ପରେ ମଧ୍ୟ ଶେଷ ବିଲ୍ ଆଜି ଦେବି କାଲି ଦେବି ବୋଲି ବୁଲାଉଥିବାରୁ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ମଧ୍ୟ ଜିଆରଏସ ପଞ୍ଚାୟତକୁ ମାସରେ ଥରୁଟିଏ ଆସୁଥିବାରୁ ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି ପାଳସା ବିଷ, ବନଜି ସାବିତ୍ରୀ। ବ୍ଲକ କାର୍ଯ୍ୟାଳୟକୁ ଯାଇ ଆବାସ ଯୋଜନାରେ କାର୍ଯ୍ୟ କରୁଥିବା ଅଧିକାରୀ ଜଣକ ବାରମ୍ବାର ବୁଲାଉଥିବାରୁ ତଳିତଳାନ୍ତ ହୋଇଗଲୁଣି ବୋଲି ମୁରଲୀ କାଣ୍ଟୁ ଅଭିଯୋଗ କରିଛନ୍ତି। ସରକାର ମନରେଗା ଟଙ୍କା ସପ୍ତାହକୁ ଥରେ ପ୍ରଦାନ କରିବାର ନିୟମ ଥିଲେ ମଧ୍ୟ ଜିଆରଏସ ଜଣକ ଯିଏ ଆଗ ଟଙ୍କା ଦେଉଛି, ତା’ର ହେଇଛି ବୋଲି କରୁଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଏଣୁ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।
Popular Categories



