ଇଡ଼ି ଆବେଦନର ଶୁଣାଣି ପୂର୍ବରୁ କେଜ୍ରିୱାଲଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଏକ ବଡ ଖୁସି ଖବର । ଏହି ଆଶ୍ୱସ୍ତି ପରେ ଏବେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡିବ ନାହିଁ । ପ୍ରକୃତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୟୁଟୁ୍ୟବର ଧ୍ରୁବ ରାଠୀଙ୍କ ଭିଡ଼ିଓକୁ ରି-ଟୁଇଟ କରିଥିବାରୁ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରାଯାଇ କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ହାଜରରୁ ମୁକ୍ତ କରାଯାଇଛି । ଅରବିନ୍ଦ କେଜ୍ରିୱାଲ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର ହେବାରୁ ମୁକ୍ତି ମାଗିଥିଲେ, ଯାହା ଉପରେ କୋର୍ଟ ହାଜିରାରୁ ମୁକ୍ତି ଦେଇଛନ୍ତି । ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୯ରେ ହେବ ।
Comments are closed.