www.samajalive.in
Tuesday, December 9, 2025
15.1 C
Bhubaneswar

‘ପଠାନ୍‌’ ପରେ ନୂଆ ଫିଲ୍ମ ସହ ଫେରୁଛନ୍ତି ଜନ୍‌; ଶେୟାର କଲେ ପୋଷ୍ଟର ଓ ରିଲିଜ୍‌ ତାରିଖ

ମୁମ୍ବଇ: ଜନ୍‌ ଆବ୍ରାହମଙ୍କ ପାଇଁ ବର୍ଷ ୨୦୨୩ ଜବରଦସ୍ତ ଥିଲା, କାରଣ ଜାନୁଆରୀରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସହ ତାଙ୍କ ଫିଲ୍ମ ‘ପଠାନ୍‌’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୧୦୦୦ କୋଟିରୁ ଅଧିକ ଆୟ କରି ଏକ ନୂଆ ରେକର୍ଡ଼ କରିଥିଲା। ଇତି ମଧ୍ୟରେ ଜନ୍‌ଙ୍କ ଆଗାମୀ ଚଳଚ୍ଚିତ୍ରର ଘୋଷଣା ହୋଇଯାଇଛି। ଏଥିସହ ମୁକ୍ତିଲାଭ ତାରିଖ ମଧ୍ୟ ସାମ୍ନାକୁ ଆସିଛି।


ଜନ୍‌ ଆବ୍ରାହମ୍‌ ଇନଷ୍ଟାଗ୍ରାମରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବେଦା’ର ଦୁଇଟି ପୋଷ୍ଟର ଶେୟାର କରିଛନ୍ତି। ପ୍ରଥମ ପୋଷ୍ଟରରେ ଜନ୍‌ ବନ୍ଧୁକ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି, କିନ୍ତୁ ତାଙ୍କ ମୁହଁ ଦେଖାଯାଉନାହିଁ। ସେହିପରି ଦ୍ବିତୀୟ ପୋଷ୍ଟରରେ ଫିଲ୍ମର ନାଁ ସହିତ ଜନ୍‌ ଆବ୍ରାହମ୍‌ ଓ ଅଭିନେତ୍ରୀ ଶରଭରୀ ୱାଘ୍‌ ନଜର ଆସିଛନ୍ତି। ପୋଷ୍ଟରରେ ଅଭିନେତାଙ୍କ ଘାତକ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତିଛି। ଚଳିତ ବର୍ଷ ଜୁଲାଇ ୧୨ରେ ପରଦାକୁ ଆସିବ ‘ବେଦା’।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories