ରାଉରକେଲା: କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାରେ ରାଉରକେଲାରେ ବୁଧବାର ପଦଯାତ୍ରା କରିଥିଲେ ରାହୁଲ ଗାନ୍ଧୀ । ଲୋକଙ୍କୁ ସମ୍ବୋଧନ ମଧ୍ୟ କରିଥିଲେ ରାହୁଲ । ରାଉରକେଲାରେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ଜୟରାମ ରମେଶ । ଉଭୟ ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି ଜୟରାମ କହିଛନ୍ତି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଜୟରାମ କହିଛନ୍ତି କଂଗ୍ରେସ ଦେଶ ଗଢିଥିଲା, ଆଜି ମୋଦୀ ସରକାର ସେହି ଦେଶକୁ ବିକ୍ରି କରିବାରେ ଲାଗିଛନ୍ତି । ବନ୍ଦରଠାରୁ ଆରମ୍ଭ କରି କଳକାରଖାନାକୁ ଘରୋଇ କମ୍ପାନୀ ହାତକୁ ଟେକିଦେଉଛନ୍ତି । ଏହାସତ୍ୱେ ଯଦି ମୋଦୀ ସରକାର ତୃତୀୟ ଥର ସରକାରକୁ ଆସିଲେ ସେ ରାଉରକେଲାକୁ ବି ବିକିଦେବେ ବୋଲି ଜୟରାମ କହିଛନ୍ତି ।
आज #BharatJodoNyayYatra की शुरूआत ओडिशा के ऐतिहासिक शहर राउरकेला से हुई। यात्रा आज और कल ओडिशा में रहेगी।
राउरकेला हमारे देश के आर्थिक इतिहास में विशेष महत्व रखता है। पंडित नेहरू जी ने देश में कई पब्लिक सेक्टर बनाए, लेकिन ये सभी आज खतरे में हैं।
कांग्रेस के बनाए इन PSUs को PM… pic.twitter.com/nrqTAWyApm
— Congress (@INCIndia) February 7, 2024



