www.samajalive.in
Monday, December 15, 2025
15.1 C
Bhubaneswar

ହର ଘର ଜଲ ଅଭିଯାନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ଡେସ୍କ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତରେ ଚାଲିଥିବା ହର ଘର ଜଲ ଅଭିଯାନକୁ ପ୍ରଶଂସା କରିଛି। ଏକ ରିପୋର୍ଟରେ ସଂଗଠନ କହିଛି ଏହି ଅଭିଯାନ ଦ୍ୱାରା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ମହତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଛି, ଯାହାଫଳରେ ଆର୍ଥିକ ସ୍ତରରେ ଲୋକମାନେ ଲାଭବାନ ହୋଇପାରିଛନ୍ତି। ଏହାବ୍ୟତୀତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରତ୍ୟେକ ଘରକୁ ସୁରକ୍ଷିତ ଜଳଯୋଗାଣ ହୋଇପାରିଲେ ପ୍ରତିବର୍ଷ ହଇଜା ଯୋଗୁଁ ହେଉଥିବା ମୃତ୍ୟୁ ରୋକାଯାଇପାରିବ। ଏହାଯୋଗୁଁ ପାଖାପାଖି ୧୦୧ ଆମେରିକୀୟ ଡଲାର ଅର୍ଥ ସଞ୍ଚୟ କରାଯାଇପାରିବ।

ନୀତିଆୟୋଗ ସଦସ୍ୟ ଡକ୍ଟର ଭି.କେ. ପଲ୍‌‌ ନୂଆଦିଲ୍ଲୀରେ ଏହି ରିପୋର୍ଟ ସାର୍ବଜନୀନ କରିବା ଅବସରରେ କହିଛନ୍ତି ଜୀବନ ବଞ୍ଚାଇବା, ମହିଳା ଏବଂ ବାଳିକାମାନଙ୍କୁ ସଶକ୍ତ କରିବା ଏବଂ ସହଜ ଜୀବନଯାପନ ପାଇଁ ସୁରକ୍ଷିତ ପାନୀୟ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଏହି ଅଭିଯାନ ବ୍ୟକ୍ତି ଏବଂ ପରିବାରର ଶାରିରୀକ, ମାନସିକ ଏବଂ ଆର୍ଥିକ ଜୀବନ ଉପରେ ସୁ-ପ୍ରଭାବ ପକାଇଛି।

- Advertisement -

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ହେଉଛି ଏକ ସୁସ୍ଥ ଜୀବନର ଆଧାର ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ଜଳ ଜୀବନ ମିଶନର ଲକ୍ଷ୍ୟ। ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଏକ ଟ୍ୱିଟ୍‌‌ର ଉତ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି। ସେ କହିଛନ୍ତି ଏହି ମିଶନକୁ ସରକାର ଅଗ୍ରାଧିକାର ଦେଉଛନ୍ତି ଏବଂ ଆଗାମୀ ଦିନରେ ଏହାର ବହୁଳ ପ୍ରସାର ଦିଗରେ ଉଦ୍ୟମ ଜାରି ରହିବ। ଜଳଶକ୍ତି ମନ୍ତ୍ରୀ ଶ୍ରୀ ଶେଖାୱତ କହିଛନ୍ତି ଏହି ମିଶନ ଯୋଗୁଁ ଦେଶର ମହିଳାମାନେ ବୋଝମୁକ୍ତ ହୋଇଛନ୍ତି। ସେମାନଙ୍କୁ ଦୂରଦୂରାନ୍ତରୁ ପାଣି ବୋହି ଆଉ ଘରକୁ ଆଣିବାକୁ ପଡୁନାହିଁ। ଏହାଛଡା ପରିବାରର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ସୁ-ପ୍ରଭାବ ପଡ଼ିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପସନ୍ଦଯୋଗ୍ୟ ଏହି ଯୋଜନା ଅମୃତକାଳରେ ଦେଶପାଇଁ ବରଦାନ ସଦୃଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories