ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରଭୂଇଁ-ସରା୍ଡିଖୋଲ ରାସ୍ତାର କନ୍ଦାବାରୀ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମୃତ ମହିଳା ଜଣଙ୍କ ଖରଭୂଇଁ ଗ୍ରାମର ଅପୂର୍ବା ଶାଣ୍ଢ (୫୦) ବୋଲି ସୂଚନା ମିଳିଛି। ଖବରପାଇ ଘଟଣାସ୍ଥଳରେ ହରଭଙ୍ଗା ପୁଲିସ ପଂହଁଚି ତଦନ୍ତ ଆରମ୍ଭ କରିଛି। ଉଲଗ୍ନ ଅବସ୍ଥାରେ ପଡ଼ିଥିବା ମୃତଦେହ ଉପରେ ଏକ ବଡପଥର ଚାପି ଦିଆଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ମୃତଦେହ ପାଖରେ ଏକ ଟାଙ୍ଗିଆ ପଡ଼ିଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ଵିକ ସ୍ଥିତିକୁ ଅନୁମାନ କଲେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି।
Popular Categories



