www.samajalive.in
Sunday, December 14, 2025
23.1 C
Bhubaneswar

ଗହମ ଷ୍ଟକ୍ ସ୍ଥିତି ଘୋଷଣା କରିବା ବାଧ୍ୟତାମୂଳକ – ସରକାର

ଡେସ୍କ: ସରକାର ବାଧ୍ୟତାମୂଳକ ଭାବେ ଗହମ ଷ୍ଟକ୍ ସ୍ଥିତି ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀ/ହୋଲସେଲର, ଖୁଚୁରା ବ୍ୟବସାୟୀ, ବଡ଼ ଖୁଚୁରା ବ୍ୟବସାୟୀ ଏବଂ ପ୍ରୋସେସରମାନଙ୍କୁ ଏପ୍ରିଲ ପହିଲାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନଙ୍କ ଗହମ ଷ୍ଟକ୍ ସ୍ଥିତି ଘୋଷଣା କରିବାକୁ ପଡ଼ିବ। ସାମଗ୍ରିକ ଖାଦ୍ୟ ନିରାପତ୍ତା ପରିଚାଳନା ଏବଂ ମହଜୁଦ ଓ ଅସାଧୁ ବ୍ୟବସାୟ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଗାଜା ଉପରେ ଇସ୍ରାଏଲ ଆକ୍ରମଣ – ୨୪ ଘଣ୍ଟାରେ ୭୧ ମୃତ

- Advertisement -

ସବୁ ବର୍ଗର ଅନୁଷ୍ଠାନ ପକ୍ଷରୁ ଚାଉଳ ସଂରକ୍ଷଣ ଘୋଷଣା ହୋଇସାରିଛି। ମନ୍ତ୍ରଣାଳୟ ଦ୍ୱାରା ଜାରି ପୋର୍ଟାଲରେ ପଞ୍ଜୀକୃତ ହୋଇନଥିବା ୟୁନିଟକୁ ପଞ୍ଜୀକରଣ କରିବାକୁ ପଡିବ ଏବଂ ପ୍ରତି ଶୁକ୍ରବାର ଗହମ ଓ ଚାଉଳ ମହଜୁଦ ରଖିବା ଆରମ୍ଭ କରିବାକୁ ପଡିବ। ଦର ନିୟନ୍ତ୍ରଣ ଏବଂ ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଗହମ ଏବଂ ଚାଉଳର ଷ୍ଟକ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

ଆରମ୍ଭରୁ ଏତେ, ପରେ କେତେ

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories