www.samajalive.in
Sunday, December 14, 2025
26.1 C
Bhubaneswar

ସତ୍ୟବାଦୀରେ ବିଜେଡି ଶିବିର ଚଳଚଞ୍ଚଳ, ସଞ୍ଜୟ ଦାସବର୍ମାଙ୍କୁ ସ୍ୱାଗତ

ସୁଆଣ୍ଡୋ:ପୁରୀ ଜିଲାର ମର୍ଯ୍ୟାଦାଜନକ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀରେ ସଞ୍ଜୟ ଦାସ ବର୍ମା ବିଜେଡି ଦଳରୁ ଟିକେଟ ପାଇଥିବାରୁ କର୍ମୀ ମହଲରେ ସ୍ୱାଗତ କରାଯାଉଛି। ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇ ଉଠିଛି।

ବିଜେଡି ଦଳ ପକ୍ଷରୁ ସତ୍ୟବାଦୀ ପଞ୍ଚାୟତ ସିମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ପଞ୍ଚାୟତ ସିମିତି ଉପାଧକ୍ଷା ନିବେଦିତା ପାତ୍ର, ପୂର୍ବତନ ପଞ୍ଚାୟତ ସିମିତି ଅଧ୍ୟକ୍ଷା ପ୍ରେମାନନ୍ଦ ବେହେରା , ସଙ୍ଗଠକ ସୁରେଶ କୁମାର ସାହୁ ପୂର୍ବତନ ସରପଞ୍ଚ ସମିତି ସଭ୍ୟମାନଙ୍କ ସହିତ ବିଜେଡି ଦଳର ଛାମୁଆ କର୍ମୀମାନେ ଶ୍ରୀ ଦାସବର୍ମାଙ୍କ ସହିତ କାମ କରୁଥିବା ଦେଖିବାକୁ ମିଳିଛି।

- Advertisement -

ବିଜେଡି ଦଳର ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନଥିବାରୁ କର୍ମୀମାନଙ୍କ ମହଲରେ ନୀରବତା ଲାଗିରହିଛି  । ଗତ ୨୦୧୯ ନିର୍ବାଚନରେ ଓମ ପ୍ରକାଶ ମିଶ୍ର ବିଜେପି ଦଳରୁ ପ୍ରାର୍ଥୀ ହୋଇଥିଲେ । ତେବେ ପ୍ରୟାସ ସଙ୍ଗଠନ ଗଢି କାମାକ୍ଷା ପ୍ରଧାନ ଶତାଧିକ ଲୋକଙ୍କ ସହିତ ବାଇକରାଲି କରି ନିଜ ସପକ୍ଷରେ ଜନମତ ଯୋଗାଡ କରିବାରେ ଲାଗିଛନ୍ତି  । ଶ୍ରୀ ପ୍ରଧାନ ବିଜେପି ଦଳରୁ ପ୍ରାର୍ଥୀ ହେବେ ବୋଲି ପ୍ରଚାର କରୁଛନ୍ତି। କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନରେ କିଏ ପ୍ରାର୍ଥୀ ହେବ ତାହା ଜଣାପଡ଼ି ନ ଥିବାରୁ ଗ୍ରାମାଞ୍ଚଳରେ ରହିଥିବା କଂଗ୍ରେସର ପାରମ୍ପରିକ ଭୋଟର ମାନେ ସନ୍ଦିହାନ ଅବସ୍ଥାରେ ରହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories