www.samajalive.in
Sunday, December 14, 2025
23.1 C
Bhubaneswar

ଘରୋଇ ହିଂସା ଅଭିଯୋଗ: ତଦନ୍ତବେଳେ ପୁଲିସକୁ ମିଳିଲା ହରିଣ ଛାଲ ଓ ବନ୍ଧୁକ, ଜଣେ ଗିରଫ

ବାଲେଶ୍ବର: ଆଳୁ ଖୋଳୁ ଖୋଳୁ ମହାଦେବ ବାହରିବା ଭଳି ବାଲେଶ୍ବର ଟାଉନ ଥାନା ପୁଲିସ ଏକ ଘରୋଇ ହିଂସା ମାମଲାର ତଦନ୍ତବଳେ ଜଣଙ୍କ ଘରୁ ଦୁଇଟି ହରିଣ ଛାଲ, ୫ଟି ଏୟାରଗନ, ପେଲେଟ ଗୁଳି ଆଦି ଜବତ କରିଛି। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ସିଟି ଡିଏସପି ଗାୟତ୍ରୀ ପ୍ରଧାନ ଓ ଥାନାଧିକାରୀ ବାରିଣୀ ଦାସଙ୍କ ସୂଚନାନୁଯାୟୀ ୨୭ ତାରିଖରେ ଟାଉନ ଥାନା ବାରବାଟି ଅଞ୍ଚଳର ପ୍ରିୟଙ୍କା ରଣାଙ୍କ ଅଭିଯୋଗ କରିଥିଲେ ଯେ ସ୍ବାମୀ ମୁକ୍ତି କୁମାର ରଣା ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି। ଏହା ସହିତ ଏୟାରଗନ୍‌ରେ ଖୁବ୍‌ ନିକଟରୁ ଗୁଳି ଫୁଟାଇବାରୁ ସେ ଅଳ୍ପକେ ବଞ୍ଚି ଯାଇଛନ୍ତି।

- Advertisement -

ବାଲେଶ୍ବର ଟାଉନ ପୁଲିସ ଯାଞ୍ଚ କରି ଅଭିଯୁକ୍ତ ମୁକ୍ତିଙ୍କ ଘରୁ ୫ଟି ଏୟାରଗନ୍‌, ୨୩ ବାକ୍ସ ପେଲେଟ ଗୁଳି, ୨୧ଟି କ୍ୟାଟ୍ରିଜ, ୬ଟି ଖୋକା, ୬ଟି ତୀର ଓ ଦୁଇଟି ହରିଣ ଛାଲ ମଧ୍ୟ ଜବତ କରିଥିଲା। ମୁକ୍ତି ନିୟମିତ ଶିକାର କରୁଥିଲା କି ନାହିଁ ପୁଲିସ ଯାଞ୍ଚ କରୁଛି। ହରିଣ ଛାଲ କେବେ କେମିତି ତା ପାଖକୁ ଆସିଲା ଓ ଅନ୍ୟ କୌଣସି ଶିକାରୀଙ୍କ ସହ ତାର ସମ୍ପର୍କ ରହିଛି କି ନାହିଁ ଅଧିକ ଯାଞ୍ଚ କଲେ ଜଣାପଡ଼ିବ ବୋଲି ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories