www.samajalive.in
Monday, December 15, 2025
17.1 C
Bhubaneswar

୬ ଘଣ୍ଟା ପରେ ପୁନଃ କାର୍ଯ୍ୟକ୍ଷମ ହେଲା ହ୍ୱାଟ୍ସଆପ୍‌, ଫେସବୁକ ଓ ଇନଷ୍ଟାଗ୍ରାମ

ନ୍ୟୁୟର୍କ: ସୋମବାର ରାତି ପ୍ରାୟ ୯ଟାରୁ ହଠାତ ଅଚଳ ହୋଇପଡିଥିବା ହ୍ୱାଟ୍ସଆପ୍‌, ଫେସବୁକ ଏବଂ ଇନଷ୍ଟାଗ୍ରାମ ପ୍ରାୟ ୬ ଘଣ୍ଟା ପରେ ପୁନଃ କାର୍ଯ୍ୟକ୍ଷମ ହୋଇଛି । ଏହି ଫ୍ଲାଟଫର୍ମଗୁଡିକ ଅଚଳ ହୋଇପଡିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କହିବାକୁ ଗଲେ ଜନସାଧାରଣଙ୍କ ମଧ୍ୟରେ ସମସ୍ତ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଫେସବୁକ ଏବଂ ତାହାର ଚାଟ୍‌ ପ୍ଲାଟଫର୍ମ ହ୍ୱାଟ୍ସଆପ ଏବଂ ତାହାର ଫଟୋ ଓ ଭିଡିଓ ଅଂଶୀଦାର ଆପ୍‌ ଇନଷ୍ଟାଗ୍ରାମ ବ୍ୟବହାରକାରୀମାନେ ଟ୍ୱିଟର ଆକାଉଣ୍ଟରେ ପରସ୍ପରକୁ ଏହାର କାରଣ ପଚାରି ଚାଲିଥିଲେ । ଏଭଳି ନେଟୱର୍କ ସମସ୍ୟା ପାଇଁ ଫେସବୁକ ବିଶ୍ୱସ୍ତରରେ ତାହାର ବ୍ୟବହାରକାରୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି । ମଙ୍ଗଳବାର ପ୍ରତୁ୍ୟଷରେ ଏଗୁଡିକ ପୁଣି କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି ।

ଜଣାଯାଇଛି ଯେ ଏଭଳି ସମସ୍ୟା ପାଇଁ ଫେସବୁକର ଆଭ୍ୟନ୍ତରୀଣ ଯୋଗାଯୋଗ ପ୍ଲାଟଫର୍ମ, କାର୍ଯ୍ୟସ୍ଥଳ ମଧ୍ୟ ଅନ୍ଧାର ହୋଇଯାଇଥିଲା ଏବଂ ଅନେକ କର୍ମଚାରୀ ସେମାନଙ୍କର କାର୍ଯ୍ୟ କରିପାରିନଥିଲେ । ଏଥିସହିତ କମ୍ପାନୀର ଭର୍ଚୁଆଲ ରିଅଲଟି ପ୍ଲାଟଫର୍ମ ଅକୁଲସ ମଧ୍ୟ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା । ଏହି ସମସ୍ୟାକୁ ନେଇ ବିଶ୍ୱବ୍ୟାପୀ ପ୍ରାୟ ୫.୬ ନିୟୁତ ଅଭିଯୋଗ ପହଞ୍ଚିଥିବା ଜଣାଯାଇଛି । ତେବେ ଏଭଳି ନେଟୱର୍କ ସମସ୍ୟା କାରଣରୁ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ବ୍ୟକ୍ତିଗତ ସଂପତ୍ତି ପରିମାଣ ମାତ୍ର କେଇଘଣ୍ଟା ମଧ୍ୟରେ ୬ ବିଲିଅନ ଡଲାର ହ୍ରାସପାଇଛି । ଏଥିସହିତ ବିଶ୍ୱ ଧନୀ ତାଲିକାରେ ସେ ଗୋଟିଏ ସ୍ଥାନ ତଳକୁ ଖସିଆସିଛନ୍ତି । ଫେସବୁକର ଚିଫ୍‌ ଟେକନୋଲୋଜି ଅଫିସର ମାଇକ ସ୍କ୍ରୋଫର ଏକ ଟ୍ୱିଟ୍‌ କରି କହିଛନ୍ତି ଯେ ନେଟୱର୍କ ସମସ୍ୟା ଯୋଗୁଁ ଏଭଳି ଅସୁବିଧା ସୃଷ୍ଟି ହୋଇଥିଲା । ତେବେ ଏହାର ନିର୍ଦ୍ଦିଷ୍ଟ କାରଣ ସେ ଦର୍ଶାଇ ନାହାନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories