www.samajalive.in
Sunday, December 14, 2025
26.1 C
Bhubaneswar

ମଧୁରଜଳ ଗୋଲଦା ବଡ଼ ଚିଙ୍ଗୁଡ଼ି ମାଇକ୍ରୋବାଚିୟମ୍ ରୋଜନବର୍ଗୀକୁ ଭୌଗୋଳିକ ମାନ୍ୟତା

ପିପିଲି: ଜଳଜୀବ ପାଳନ ଗବେଷଣା ଓ ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ଅନୁଷ୍ଠାନ ଭାବରେ ସମଗ୍ର ଦେଶରେ ଖ୍ୟାତି ଅର୍ଜ୍ଜନ କରିଥିବା ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ପକ୍ଷରୁ ଆନ୍ଧ୍ରପ୍ରଦେଶର ତିନୋଟି ବ୍ୟବସାୟିକ ହ୍ୟାଚେରି ସହିତ ପୋଖତା ଚିଙ୍ଗୁଡ଼ିର ବିକାଶ ପାଇଁ ଜାଆଁଳ ପ୍ରସ୍ତୁତିଶାଳା ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ଏଥିସହ ଉକ୍ତ ହ୍ୟାଚେରୀକୁ ସିଫା ପକ୍ଷରୁ ଉନ୍ନତମାନର ଜାଆଁଳକୁ ହସ୍ତାନ୍ତର କରାଯାଇଛି। ସୁନିର୍ବାଚିତ ପ୍ରଜନନ, ଆନୁବଂଶିକ ଉନ୍ନୟନ ଏବଂ କମ୍ ସମୟରେ ଅଧିକ ବୃଦ୍ଧି ହୋଇପାରୁଥିବା ସିଫାର ମଧୁରଜଳ ଗୋଲଦା ବଡ଼ ଚିଙ୍ଗୁଡ଼ି ମାଇକ୍ରୋବାଚିୟମ୍ ରୋଜନବର୍ଗୀକୁ ଭୌଗୋଳିକ ମାନ୍ୟତା ପ୍ରାପ୍ତ ଚିଙ୍ଗୁଡ଼ି ଭାବରେ ପଞ୍ଜିକୃତ କରାଯାଇଛି। ୨୦୦୫ ମସିହା ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଭାରତ ଏହି ଚିଙ୍ଗୁଡ଼ିର ଏକ ପ୍ରମୁଖ ଉତ୍ପାଦକ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ପାରମ୍ପରିକ ଜାଆଁଳ ଯୋଗୁଁ କୃଷକମାନଙ୍କର ଉତ୍ପାଦନ ହାର କମିଥିଲା ଓ ପୋଖରୀରେ ଏହି ଚିଙ୍ଗୁଡ଼ିର କମ୍ ଉତ୍ପାଦନ ହେଉଥିଲା। ସିଫା ଓ ବିଶ୍ୱ ମତ୍ସ୍ୟ ସଂସ୍ଥା (ୱାର୍ଲ୍ଡ ଫିସ୍) ସହଯୋଗରେ ୨୦୦୭ ମସିହାରେ ଉପଯୁକ୍ତ ଚୟନ ପଦ୍ଧତିରେ ସିଫାରେ ଉନ୍ନତ ରୋଜନବର୍ଗୀ ଜାଆଁଳ ଉତ୍ପାଦନ ଆରମ୍ଭ କରାଯାଇଥିଲା। ଗୁଜୁରାଟ, କେରଳ ଓ ଓଡ଼ିଶାରୁ ଉନ୍ନତମାନର ଚିଙ୍ଗୁଡି ଅଣାଯାଇ ଏଠାରେ ଆନୁବଂଶିକ ପ୍ରଜନନ ମାଧ୍ୟମରେ ନୂତନ ପ୍ରଜାତିକୁ ଉଦ୍ଭାବିତ କରାଯାଇଥିଲା।


ଭାରତ ସରକାରଙ୍କର ମତ୍ସ୍ୟ ମନ୍ତ୍ରଣାଳୟ, ପଶୁ ଓ ଗୋପାଳନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ‘ସ୍କେଲିଙ୍ଗ ଅପ୍ ଅଫ୍ ଜେନେଟିକ୍ ଇମ୍ପ୍ରୁଭମେଣ୍ଟ ପ୍ରୋଗାମ ଅଫ୍ ଏମ୍. ରୋଜନବର୍ଗୀ’ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ସିଫା ପକ୍ଷରୁ ତିନିଗୋଟି ସ୍କାମ୍ପି ହ୍ୟାଚେରି ମନୋନୟନ କରାଯାଇଛି। ଯେଉଁମାନେ କି ଏହି ଉନ୍ନତ ଚିଙ୍ଗୁଡି ଜାଆଁଳକୁ ବିକଶିତ କରି ବହୁଗୁଣିତ କରିବେ। ଆଗାମୀ କୃଷିଋତୁରେ ଏହି ହ୍ୟାଚେରି ଗୁଡ଼ିକ ପୋଖତା ଚିଙ୍ଗୁଡ଼ି ବଢାଇବେ ଓ ଜାଆଁଳ ଉତ୍ପାଦନ କରି ଚିଙ୍ଗୁଡ଼ିଚାଷ କରୁଥିବା କୃଷକମାନଙ୍କୁ ଜାଆଁଳ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛି।
ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ସିଫାର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ଯୋଗଦେଇ କୃଷକମାନଙ୍କ ନିମନ୍ତେ ମନୋନିତ ହ୍ୟାଚେରି ଗୁଡ଼ିକ ବହୁତ ପରିମାଣର ଉନ୍ନତ ଚିଙ୍ଗୁଡ଼ି ଜାଆଁଳ ସିଫା ଜି.ଆଇ ସ୍କାମ୍ପି ଉତ୍ପାଦନ କରି ରୋଜଗାର ବୃଦ୍ଧିରେ ସହାୟକ ହେବେ ବୋଲି ଆଶାପ୍ରକାଶ କରିଥିଲେ। ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ଯୁଗ୍ମସଚିବ ସାଗର ମେହେରା ଆଭାସି ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ସିଫାର ଏହି ପଦକ୍ଷେପକୁ ଭୁୟସି ପ୍ରଶଂସା କରିଥିଲେ। ମତ୍ସ୍ୟ ସଂପଦ ଯୋଜନା ର ଚିଙ୍ଗୁଡ଼ି ପ୍ରକଳ୍ପର ପ୍ରମୁଖ ଗବେଷକ ତଥା ଏପିଇଡ଼ି ବିଭାଗର ମୁଖ୍ୟ ଡ଼ଃ ବିନ୍ଦୁ ଆର. ପିଲାଇ ଏବଂ ତାଙ୍କର ଟିମ୍ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ଶେଷରେ ଡ଼ଃ ଦେବବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories