www.samajalive.in
Saturday, December 6, 2025
14.1 C
Bhubaneswar

ଇଣ୍ଡିଜ କ୍ରିକେଟ ଦଳ ଭାରତରେ ପହଞ୍ଚିଲା

ଭଦୋଦରା : ଜାସନ ହୋଲଡରଙ୍କ ନେତୃତ୍ୱାଧୀନ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଗୁରୁବାର ଭାରତରେ ପହଞ୍ଚିଛି। ବିମାନବନ୍ଦର ଓ ହୋଟେଲରେ ଇଣ୍ଡିଜ କ୍ରିକେଟରଙ୍କୁ ପାରମ୍ପରିକ ଶୈଳୀରେ ସ୍ୱାଗତ କରାଯାଇଥିଲା। ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରାଯାଉଥିବା ଫଟୋଗୁଡିକୁ ସାମାଜିକ ଗଣମାଧ୍ୟମରେ ଅପ୍‍ଲୋଡ କରାଯାଇଛି। ଏହି ଗସ୍ତକାଳରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ଟି ଟେଷ୍ଟ, ୫ଟି ଦିନିକିଆ ଓ ୨ଟି ଟ୍ୱେଣ୍ଟି୨୦ ଖେଳାଯିବ। ଅକ୍ଟୋବର ୪ରୁ ପ୍ରଥମ ଟେଷ୍ଟ ରାଜକୋଟରେ ଆରମ୍ଭ ହେବ। ୧୯୪୮ରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୋଟ ୯୪ଟି ଟେଷ୍ଟ ଖେଳାଯାଇଛି। ଏଥିମଧ୍ୟରୁ ଭାରତ ୨୮ଟି ଓ ୱେଷ୍ଟଇଣ୍ଡିଜ ୩୦ଟିରେ ବିଜୟୀ ହୋଇଥିବାବେଳେ ଅବଶିଷ୍ଟ ୩୬ଟି ଟେଷ୍ଟ ଅମୀମାଂସିତ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories