www.samajalive.in
Saturday, December 6, 2025
16.1 C
Bhubaneswar

ପରକୀୟା ପ୍ରୀତି ପାଇଁ ଏଠାରେ ମିଳେ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ବ୍ୟଭିଚାର ବା ପରକୀୟା ପ୍ରୀତି ଦୁନିଆର ଅନେକ ଦେଶରେ ଗୁରୁତର ଅପରାଧ ପରିସରରେ ଆସୁଛି। ଏହି ଦେଶମାନଙ୍କରେ ବିବାହ ପରେ ପରକୀୟା ପ୍ରୀତି ପାଇଁ ଜୋରିମାନା, ଜେଲରୁ ନେଇ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ପ୍ରାବଧାନ ରହିଛି।
ଏସିଆ :
ପାକିସ୍ତାନ: ୧୯୭୯ ହୁଦୁଦ୍‍ ଅଧ୍ୟାଦେଶରେ ବ୍ୟଭିଚାର ଏକ ଅପରାଧ ଓ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପର୍ଯ୍ୟନ୍ତ ପ୍ରାବଧାନ ରହିଛି।
ସାଉଦି ଆରବ, ଇରାନ, ସିରିଆ : ବ୍ୟଭିଚାର ଗୁରୁତର ଅପରାଧ ଶ୍ରେଣୀରେ ଆସିଥାଏ ଓ ଏଥିରେ ଦୋଷୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ପଥର ମାରିବାର ବ୍ୟବସ୍ଥା ରହିଛି।
ତାଇୱାନ : ବ୍ୟଭିଚାରରେ ଦୋଷୀଙ୍କୁ ଏକ ବର୍ଷ ଜେଲ ଓ ଉଭୟ ପୁରୁଷ ଏବଂ ମହିଳାଙ୍କ ବିରୋଧରେ ମାମଲା ଚାଲିବାର ବ୍ୟବସ୍ଥା ରହିଛି।
ଫିଲିପାଇନ୍ସ : ଏଠାରେ ବ୍ୟଭିଚାର ଅପରାଧ ପାଇଁ ୨ରୁ ୬ ବର୍ଷ ପର୍ଯ୍ୟନ୍ତ ଜେଲ୍‍ ଦଣ୍ଡର ଆଇନ ରହିଛି।
ଚୀନ: ବ୍ୟଭିଚାର ଅପରାଧ ନୁହେଁ, କିନ୍ତୁ ଛାଡ଼ପତ୍ର ପାଇଁ ଆଧାର ହୋଇପାରିବ।
ଜାପାନ: ୧୯୪୭ରେ ବ୍ୟଭିଚାର ସମ୍ପର୍କିତ ଆଇନକୁ ଅବୈଧ ଘୋଷଣା କରାଯାଇଛି।
ଦକ୍ଷିଣ କୋରିଆ : ୨୦୧୫ରୁ ବ୍ୟଭିଚାରକୁ ଅପରାଧମୁକ୍ତ କରାଯାଇଛି।
ୟୁରୋପ:
ୟୁରୋପର କୌଣସି ବି ଦେଶରେ ବ୍ୟଭିଚାର ଅପରାଧ ନୁହେଁ। ୨୦୦୬ରେ ରୋମାନିୟା, ୧୯୯୮ରେ ତୁର୍କି, ୧୯୯୭ରେ ଅଷ୍ଟ୍ରିୟା, ୧୯୮୯ରେ ସୁଇଜରଲାଣ୍ଡ, ୧୯୮୭ରେ ବେଲଜିୟମ, ୧୯୮୩ରେ ଗ୍ରୀକ୍‍, ୧୯୮୨ରେ ପର୍ତ୍ତୁଗାଲ, ୧୯୭୮ରେ ସ୍ପେନ, ୧୯୭୫ରେ ଫ୍ରାନ୍ସ, ୧୯୭୪ ଲକଜମବର୍ଗ, ୧୯୭୩ରେ ମାଲ୍ଟା, ୧୯୬୯ରେ ଇଟାଲିରେ ବ୍ୟଭିଚାର ଆଇନକୁ ଅବୈଧ ଘୋଷଣା କରାଯାଇଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories