www.samajalive.in
Sunday, December 7, 2025
15.1 C
Bhubaneswar

ଜାଣନ୍ତୁ ଦେଶର କେଉଁ କେଉଁ ରାସ୍ତାରେ ଏବେ ମଧ୍ୟ ବୁଲୁଛନ୍ତି ପ୍ରେତାତ୍ମା….

ଆପଣ ଯାଣନ୍ତି କି ଭାରତରେ କିଛି ଏପରି ସ୍ଥାନ ଅଛି ଯେଉଁଠାରେ ଆଜି ମଧ୍ୟ ପ୍ରେତାତ୍ମା ଭ୍ରମଣ କରୁଥିବାର ଦେଖାଯାଏ। ଆମେ ଆପଣଙ୍କୁ ଏମିତି କିଛି ରାସ୍ତାର ବା ରାଜପଥର ନାମ କହିବୁ ଯେଉଁଠାରେ ନକରାତ୍ମକ ଶକ୍ତିଙ୍କର ଛାୟା ରହିଥାଏ। ସେହି ରାସ୍ତାରେ ଯାତାୟତ କରିବା ସମୟରେ ସାବଧାନତା ଅବଲମ୍ବନ କରିବା ଆପଣଙ୍କ ପାଇଁ ଭଲ। ଆପଣ ଭୁତ, ପ୍ରେତ ଓ ଆତ୍ମା ଆଦିରେ ବିଶ୍ୱାସ ନ କରିପାରନ୍ତି। କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ଜାତୀୟ ରାଜପଥ ସମ୍ପର୍କରେ କହିବୁ ଯାହା ଶୁଣିବାପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ତେବେ ଆସନ୍ତୁ ଜାଣିବା ଏମିତିକିଛି ଏନ୍‍ଏଚ୍‍ ର କାହାଣୀ।

ଋାଞ୍ଚି ଜାମସେଦପୁର ଏନ୍‍ଏଚ୍‍-୩୩
ଏହି ଏନ୍‍ଏଚ୍‍ରେ ଅନେକ ଗୁଡିଏ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ। ଏହି ରାସ୍ତାର ଉଭୟ ପାର୍ଶ୍ବରେ ମନ୍ଦିର ରହିଛି। କୁହାଯାଏ ଏହି ବାଟ ଦେଇ ଯେଉଁ ବ୍ୟକ୍ତି ଜାତାୟତ କରନ୍ତି ସେ ଯଦି ମନ୍ଦିରରେ ଠାକୁରଙ୍କୁ ଦର୍ଶନ ନ କରି ଚାଲିଯାଆନ୍ତି ତେବେ ତାଙ୍କୁ ଏକ ଅଦୃଶ୍ୟ ଶକ୍ତି ଅ।।ସି ଆକ୍ରମଣ କରେ ଯାହାଦ୍ୱାରା ସେ ଦୁର୍ଘଟଣାର ଶିକାର ହୋଇଥାଆନ୍ତି।
ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ରୋଡ
ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ରୋଡକୁ ଭୂତଙ୍କ ଆବାସସ୍ଥଳୀ ବୋଲି କୁହାଯାଏ। ରାତି ୧ଟା ରୁ୨ଟା ମଧ୍ୟରେ ଜଣେ ମହିଳା ଏହି ରାସ୍ତାରେ ଯିବା ଆସିବା କରିବାର ଦେଖାଯାଏ। ସେ ପ୍ରଥମେ ଲିପ୍ଟ ମାଗିଥାଏ। କୁହାଯାଏ ଯେଉଁ ଲୋକମାନେ ତାକୁ ଲିପ୍ଟ ଦେଇଛନ୍ତି ସେମାନେ ପୁନର୍ବାର ଆଉ ଫେରି ନାହାନ୍ତି। ଆଉ ଯେଉଁ ବ୍ୟକ୍ତି ଲିପ୍ଟ ଦେବାକୁ ମନା କରିଦିଅନ୍ତି ତାଙ୍କ ଗାଡି ସହ ଭୂତଟି ସମାନ ଗତିରେ ଦୌଡିଥାଏ। ନଚେତ ଗାଡି ଉପରେ ବସିପଡେ। ଏହି ପ୍ରେତ ଆତ୍ମା ବହୁତ ବର୍ଷ ହେବ ସେଠାରେ ବୁଲୁଥିବା ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି।

- Advertisement -

ରାଜ୍ୟ ରାଜପଥ-୪୯, ପୂର୍ବତଟ ରୋଡ
ଏହି ରାଜପଥ ତାମିଲନାଡୁକୁ ପଶ୍ଚିମବଙ୍ଗ ସହିତ ଯୋଡିଥାଏ। ଏହି ଏନ୍‍ଏଚ୍‍ରେ ଚେନ୍ନଇ ଏବଂ ପଣ୍ଡିଚେରୀ ମଧ୍ୟରେ ଏକ ଜାଗା ଅଛି ଯାହାକୁ ଭୟାନକ ବୋଲି ବିଶ୍ୱାସ କରାଯାଏ। ଅନେକ ଗାଡି ଚାଳକ ମାନେ କୁହନ୍ତି ସେଠାରେ ପହଞ୍ଚିବା ମାତ୍ରେ ତତ୍‍କ୍ଷଣାତ ଦେହ ଖରାପ ହୋଇଯାଏ। ଏବଂ କିଛି ସ୍ଥାନୀୟ ଲୋକେ ମତ ଦିଅନ୍ତି ଯେ ଏହି ରାସ୍ତାରେ ରାତି ସମୟରେ ହଠାତ୍‍ କେହି ଜଣେ ମହିଳା ଧଳା ଲୁଗା ପିନ୍ଧି ଗାଡି ସାମ୍ନାକୁ ଚାଲିଆସେ। ଏହାପରେ ଗାଡିଟି ଦୁର୍ଘଟଣାର ଶିକାର ହୋଇଥାଏ।

ଦିଲ୍ଲୀ-ଜୟପୁର ଏନ୍‍ଏଚ୍‍
ରାଜସ୍ତାନରେ ଥିବା ଭାନଗଡ କିଲା ଦେଶର ସବୁଠାରୁ ଭୟଙ୍କର ସ୍ଥାନ ଭାବେ ଜଣାଯାଏ। କୁହାଯାଏ ଏହା ଅନେକ ଆତ୍ମାଙ୍କର ଆଶ୍ରୟସ୍ଥଳୀ ଅଟେ। ଏହା ଦିଲ୍ଲୀ-ଜୟପୁର ହାଇୱେ ମଝିରେ ପଡେ। ଏଠାକାର ଲୋକ ମାନଙ୍କର କହିବାକଥା କିଛି ଅଦୃଶ୍ୟ ଶକ୍ତି ସେମାନଙ୍କୁ ଆସି ପଛପଟୁ ଧକ୍କା ଦେଇଥାଏ।
ଆଧୁନିକ ଯୁଗରେ ଏହାକୁ ଅନେକ ଅନ୍ଧବିଶ୍ୱାସ ଅବା କୁସଂସ୍ମାର କହିପାରନ୍ତି। ତେବେ ଯେଉଁମାନଙ୍କ ସହିତ ଏହି ଘଟଣା ଘଟିଛି ସେମାନେ ସହଜରେ ଏହାକୁ ଭୁଲିପାରୁ ନାହାନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories