ପଶ୍ଚିମବଙ୍ଗରେ ନାହିଁ ଗଣତନ୍ତ୍ର: ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଫଳାଫଳ ସୁପ୍ରିମ କୋର୍ଟକୁ ଆଚମ୍ବିତ କରିଛି। ମୁଖ୍ୟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ରାଜ୍ୟ ନିର୍ବାଚନ କମିଶନରଙ୍କୁ ବାସ୍ତବ ସ୍ଥିତି ସମ୍ପର୍କରେ ସଠିକ୍‍ ସତ୍ୟପାଠ ବୁଧବାର ପ୍ରଦାନ କରିବାକୁ ଖଣ୍ଡପିଠ ନିର୍ଦେଶ ଦେଇଛି।
ଗ୍ରାମ ପଞ୍ଚାୟତ, ଜିଲା ପରିଷଦ ଓ ପଞ୍ଚାୟତ ସମିତିର ମୋଟ୍‍ ୫୮୬୯୨ଆସନରେ ନିର୍ବାଚନ ହୋଇଥିଲା। ତେବେ ଏହି ନିର୍ବାଚନରେ ମୋଟ୍‍ ୨୦୧୫୯ଟି ଆସନ ନିଦ୍ୱର୍ନ୍ଦ୍ୱରେ ପାର୍ଥୀ ନିର୍ବାଚିତ ହୋଇଥିଲେ। ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ବିରୋଧୀ ଦଳର ଅଭିଯୋଗ ତାଙ୍କ ପ୍ରାର୍ଥୀଙ୍କୁ ନାମାଙ୍କନ ଦାଖଲ କରିବାକୁ ଦିଆଯାଇ ନଥିଲା।
ଏହି ମାମଲାରେ ମୁଖ୍ୟ ପ୍ରଧାନ ବିଚାରପତି ଶ୍ରୀ ମିଶ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ପରିଣାମ ଉପରେ ମନ୍ତବ୍ୟ ଦେଇ ରାଜ୍ୟର ଗଣତନ୍ତ୍ର ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ। ଗ୍ରାମ ପଞ୍ଚାୟତ ଆସନ ପାଇଁ ରାଜ୍ୟରେ ମୋଟ୍‍ ୪୮୬୫୦ଟି ଆସନ ପାଇଁ ନିର୍ବାଚନ ହେଉଥିବାବେଳେ ସେମଧ୍ୟରୁ ୧୬୦୦୦ଟି ଆସନରେ ବିନା କୌଣସି ପ୍ରତିନ୍ଦ୍ୱନ୍ଦୀରେ ପରିଣାମ ଘୋଷଣା ହୋଇଯାଇ ଥିଲା। ବୀରଭୂମ, ବାକୁଡ଼ା ଓ ମୁର୍ସିଦାବାଦରେ ପରିସ୍ଥିତି ସବୁଠାରୁ ଅଧିକ ସଙ୍ଗୀନ ଥିଲା। ଜିଲା ପରିଷଦର ୮୨୫ଟି ଆସନ, ପଞ୍ଚାୟତ ସମିତିର ୯୨୧୭ଟି ଆସନରେ ନିର୍ବାଚନ ହେବାକୁ ଥିବାବେଳେ ୩୪ପ୍ରତିଶତ ଆସନ ବିନା କୌଣସି ପ୍ରତିନ୍ଦ୍ୱନ୍ଦୀରେ ପରିଣାମ ପ୍ରକାଶ ପାଇଥିଲା।
ଖଣ୍ଡପିଠ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପଦକ୍ଷେପ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମେ ନାମାଙ୍କନ ଦାଖଲ କରିବାର ସମୟସୀମାକୁ ବୃଦ୍ଧି କରାଗଲା, କିନ୍ତୁ ପରଦିନ ଏହାକୁ ଖାରଜ କରି ଦିଆଗଲା। ଯଦି ରାଜ୍ୟରେ କେହିଁ ନିର୍ବାଚନରେ ଭାଗ ନେବାକୁ ଚାହୁଁ ନଥିଲେ ତେବେ ଆବେଦନ ହେଲା କିପରି ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ତେବେ ଯେଉଁ ଆସନରେ ନିଦ୍ୱର୍ନ୍ଦ୍ୱରେ ପ୍ରାର୍ଥୀ ନିର୍ବାଚନ ହୋଇଛନ୍ତି ସେହି ଆସନରେ ବହୁ ସଂଖ୍ୟାରେ ପ୍ରାର୍ଥୀ ଆବେଦନ କରିଥିଲେ। ଯଦି ଆବେଦନ କରିଥିଲେ ପରବର୍ତ୍ତୀ ସମୟରେ ସେମାନେ ନିର୍ବାଚନରେ ଭାଗ ନନେବା ନିର୍ବାଚନ ପରିଚାଳନା ପ୍ରତି ସନ୍ଦେହ ସୃଷ୍ଟି କରୁଛି ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି।
ଏହି ମାମଲାରେ ବିଜେପି ପକ୍ଷରୁ ତାଙ୍କ ପ୍ରାର୍ଥୀଙ୍କୁ ନାମାଙ୍କନ ଦାଖଲ କରିବାକୁ ଦିଆଯାଇ ନଥିଲା ବୋଲି ଅଭିଯୋଗ କରାଯାଇଛି। ରାଜ୍ୟରେ ହିଂସା ଉପରେ ନିୟନ୍ତ୍ରଣ ରଖିବାକୁ ପୁଲିସ ବିଫଳ ହୋଇଥିଲା। ଏଠାରେ ସୂଚନା ଯୋଗ୍ୟ ପଶ୍ଚିମବଙ୍ଗ ନିର୍ବାଚନ ପ୍ରକ୍ରିୟା ସମୟରେ ବିଜେପି ସୁପ୍ରିମ କୋର୍ଟର ଦ୍ୱରସ୍ତ ହୋଇଥିଲା। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ଦ୍ୱାହି ଦେଇ ନିର୍ବାଚନକୁ ବାତିଲ କରିବାକୁ ବିଜେପି ଆବେଦନ କରିଥିଲା। ତେବେ ସୁପ୍ରିମ କୋର୍ଟ ସେତେବେଳେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ଏପରିକି କଲକାତା ଉଚ୍ଚ ନ୍ୟାୟାଳୟ ଦ୍ୱାରା ଇ-ମେଲରେ ନାମାଙ୍କନ ଦାଖଲ ନିର୍ଦେଶକୁ ମଧ୍ୟ ବାତିଲ କରି ଦେଇଥିଲେ।

kalyan agarbati
Leave A Reply