www.samajalive.in
Monday, December 15, 2025
27.1 C
Bhubaneswar

ସାପ୍ତାହିକ ରାଶିଫଳ ୧୦.୧୦.୨୦୨୧ – ୧୬.୧୦.୨୦୨୧

ମେଷ: ରବିବାର ଓ ସୋମବାର ଆର୍ଥିକ ଉନ୍ନତି ହେବ। ମଙ୍ଗଳବାର ଓ ବୁଧବାର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଗୁରୁବାର ଓ ଶୁକ୍ରବାର କର୍ମକ୍ଷେତ୍ରରେ ସଫଳତା ପାଇବେ। ଶନିବାର ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ।
ବୃଷ: ରବିବାର ଓ ସୋମବାର କର୍ମପ୍ରବଣତା ପ୍ରକାଶିତ ହେବ। ମଙ୍ଗଳବାର ଓ ବୁଧବାର ଅଟକିଥିବା କାର୍ଯ୍ୟକୁ ସାରିବେ। ଗୁରୁବାର ଓ ଶୁକ୍ରବାର ଆର୍ଥିକ ଅନଟନ ଦେଖାଦେବ। ଶନିବାର କାର୍ଯ୍ୟରେ ପ୍ରଶଂସିତ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେ​‌େ​‌ବ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟବ୍ୟସ୍ତ ରହିବେ। ଗୁରୁବାର ଓ ଶୁକ୍ରବାର ନୂତନ ନିଯୁକ୍ତି ମିଳିପାରେ। ଶନିବାର ସାବଧାନତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ର ନାମ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର କର୍ମବନ୍ଧନ ହେବ। ମଙ୍ଗଳବାର ଓ ବୁଧବାର ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ଲାଭବାନ୍‌ ହେବେ। ସ୍ତ୍ରୀ ହେତୁକ ଧନ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ପ୍ରେମରେ ସଫଳତା ପାଇବେ। ମଙ୍ଗଳବାର ଓ ବୁଧବାର ବିବାଦରେ ପଡ଼ିପାରନ୍ତି। ଗୁରୁବାର ଓ ଶୁକ୍ରବାର ପ୍ରାଚୀନ ପରମ୍ପରା ପ୍ରତି ରୁଚି ରଖିବେ। ଶନିବାର ମଧ୍ୟମ ଫଳ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ଶ୍ରୀ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ଶତ୍ରୁ ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର ସୁସମ୍ବାଦ ପ୍ରାପ୍ତ ହେବ। ଗୁରୁବାର ଓ ଶୁକ୍ରବାର ସାବଧାନତା ଲୋଡ଼ା, ନଚେତ୍‌ ଅପମାନିତ ହୋଇପାରନ୍ତି। ଶନିବାର ସାମାଜିକ ପ୍ରତିଷ୍ଠା ପାଇବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ଓ ସୋମବାର ପିଲାଙ୍କୁ ନେଇ ଚିନ୍ତାରେ ପଡ଼ିବେ। ମଙ୍ଗଳବାର ଓ ବୁଧବାର ନୂତନ ଜମି କ୍ରୟ କରିପାରନ୍ତି। ଗୁରୁବାର ଓ ଶୁକ୍ରବାର ମନନଶୀଳ ହେବେ। ଶନିବାର ଯାତ୍ରାକାଳୀନ ଆଘାତ ଲାଗିପାରେ। ମହିଳା ଓ ବିଦ୍ୟାର୍ଥୀ ଶାନ୍ତି ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ରାଜଦଣ୍ଡର ସମ୍ମୁଖୀନ ହେବେ। ମଙ୍ଗଳବାର ଓ ବୁଧବାର ମଧ୍ୟମ ଫଳ ପ୍ରାପ୍ତ ହେବ। ସାମାଜିକ କାର୍ଯ୍ୟରେ ଯୋଗଦେବେ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ଆନନ୍ଦ ଚିତ୍ତ ରହିବେ। ଆୟବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ବଗଳାମୁଖୀଙ୍କ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ଓ ସୋମବାର ସୁସମ୍ବାଦ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ସମ୍ବେଦନଶୀଳ ହେବେ। ଗୁରୁବାର ଓ ଶୁକ୍ରବାର ଦୂରଯାତ୍ରା କରିପାରନ୍ତି। ଆର୍ଥିକ ଉନ୍ନତି ଦେଖାଦେବ। ଶନିବାର ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାଷ୍ଟକ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ମଙ୍ଗଳବାର ଓ ବୁଧବାର କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ଗୁରୁବାର ଓ ଶୁକ୍ରବାର ମାନହାନି ହେବାର ଆଶଙ୍କା। ଶନିବାର ପରିସ୍ଥିତିରେ ସୁଧାର ଆସିବ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ସଫଳତା ପାଇବେ। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଗୁରୁବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଆନନ୍ଦ ଚିତ୍ତ ରହିବେ। ଶନିବାର ମଧ୍ୟମ ଫଳ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ଓ ସୋମବାର ଶତ୍ରୁଦ୍ବାରା ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର ଶ୍ରୀଫଳ ପ୍ରାପ୍ତି ହେବ। ଗୁରୁବାର ଓ ଶୁକ୍ରବାର ପିଲାଙ୍କୁ ନେଇ ଚିନ୍ତା କରିବେ। ଶନିବାର ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଦୁର୍ଗାସହସ୍ର ନାମ ପାଠ କରନ୍ତୁ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories