ସାପ୍ତାହିକ ରାଶିଫଳ ୧୩ – ୧୯.୦୨.୨୦୨୨

ମେଷ: ରବିବାର ସଫଳତା ମିଳିବ। ସୋମବାର ଓ ମଙ୍ଗଳବାର କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ। ବୁଧବାର ଓ ଗୁରୁବାର ନୂତନ ନିଯୁକ୍ତି ମିଳିପାରେ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ବୁଧବାର ଓ ଗୁରୁବାର ବିବାଦରେ ପଡିପାରନ୍ତି। ଶୁକ୍ରବାର ଓ ଶନିବାର ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ଆର୍ଥିକ ଉନ୍ନତି ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଆଘାତ ପ୍ରାପ୍ତ ହେବେ। ସୋମବାର ଓ ମଙ୍ଗଳବାର ଆଧ୍ୟାତ୍ମିକବାଦୀ ହେବେ। ବୁଧବାର ଓ ଗୁରୁବାର କର୍ମପ୍ରବଣତା ପ୍ରକାଶିତ ହେବ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ବୁଧବାର ଓ ଗୁରୁବାର ଆର୍ଥିକ ଉନ୍ନତି ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ନକାରାତ୍ମକ ଚିନ୍ତାଧାରା ପରିପ୍ରକାଶ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଯାତ୍ରାଜନିତ ସମସ୍ୟା ଦେଖାଦେବ। ବୁଧବାର ଓ ଗୁରୁବାର ସମୟର ସଦୁପଯୋଗ କରିବେ। ଶୁକ୍ରବାର ଓ ଶନିବାର ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ମାତଙ୍ଗୀଙ୍କ କବଚ ପାଠ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ବୁଧବାର ଓ ଗୁରୁବାର ଶତ୍ରୁଠାରୁ ଦୂରେଇ ରହିବା ଭଲ। ଶୁକ୍ରବାର ଓ ଶନିବାର ବନ୍ଧୁଙ୍କ ସମାଗମ ହେବ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦ ପ୍ରାପ୍ତ ହେବ। ରିଷ୍ଟଖଣ୍ଡନ ପାଇଁ ଓଁ ଏକଦାନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ତନ୍ନୋଦନ୍ତି ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମଧ୍ୟମ ଫଳ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଦୂରଯାତ୍ରା କରିପାରନ୍ତି। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ମାନସିକ ଅବସାଦ ଦେଖାଦେବ। ସୋମବାର ଓ ମଙ୍ଗଳବାର ଷଡ଼ଯନ୍ତ୍ରର ଶିକାର ହେବେ। ବୁଧବାର ଓ ଗୁରୁବାର ସାମାଜିକ କାର୍ଯ୍ୟରେ ଯୋଗଦେବେ। ଶୁକ୍ରବାର ଓ ଶନିବାର ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାବିଚିନ୍ତି କାର୍ଯ୍ୟ କରିବେ। ବୁଧବାର ଓ ଗୁରୁବାର ଯଶ, ମାନ, ଗୌରବର ଅଧିକାରୀ ହେବେ। ଆର୍ଥିକ ଉନ୍ନତି ହେବ। ଶୁକ୍ରବାର ଓ ଶନିବାର ଶତ୍ରୁ ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନବାନ ହେବେ। ରିଷ୍ଟଖଣ୍ଡନ ପାଇଁ ତାରାଙ୍କ କବଚ ପାଠ କରନ୍ତୁ।
ମକର: ରବିବାର ବିବାଦରେ ପଡ଼ିପାରନ୍ତି। ମଙ୍ଗଳବାର ଓ ବୁଧବାର କର୍ମକ୍ଷେତ୍ରରେ ଅଗ୍ରସର ହେବେ। ବୁଧବାର ଓ ଗୁରୁବାର ଋଣଗ୍ରସ୍ତ ହେବେ। ଶୁକ୍ରବାର ଓ ଶନିବାର ସନ୍ତାନ ହେତୁକ ଚିନ୍ତା ଦୂରୀଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ସଫଳତା ପାଇବେ। ସୋମବାର ଓ ମଙ୍ଗଳବାର ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳିବେ। ମହିଳା ଓ ବିଦ୍ୟାର୍ଥୀ ସାବଧାନତା ଅବଲମ୍ବନ କରିବେ। ରିଷ୍ଟଖଣ୍ଡନ ପାଇଁ ଶିବ ସ୍ତୋତ୍ର ପାଠ କରନ୍ତୁ।
ମୀନ: ରବିବାର ବ୍ୟୟ ଅଧିକ ହେବ। ସୋମବାର ଓ ମଙ୍ଗଳବାର ଯଶଲାଭ କରିବେ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ଶୁକ୍ରବାର ଓ ଶନିବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ତାରେ ତୁତାରେ ତୁରେ ସ୍ବାହା ମନ୍ତ୍ର ଜପ କରନ୍ତୁ।

Comments are closed.