www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଉତ୍ସବ। ମହାପ୍ରଭୁଙ୍କ ବିବାହ ଉତ୍ସବ  ଅବସରରେ ଶ୍ରୀମନ୍ଦିର ଚାରିଦ୍ୱାରରେ ତେଲିଙ୍ଗି ବାଜା ବାଜୁଛି । ଜଗତ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ହୋଇଥିବାରୁ ଭୋର ୨ଟା ୩୭ମିନିଟରେ ମହାପ୍ରଭୁଙ୍କ ଦ୍ବାର ଫିଟା ନିତି ଅନୁଷ୍ଠିତ ହୋଇଥିଲା । ଏହାପରଠୁ ମହାପ୍ରଭୁଙ୍କର ବିଭିନ୍ନ ନିତିକ୍ରାନ୍ତି କରାଯାଉଛି । ଆଜି ମହାପ୍ରଭୁଙ୍କ ନିକଟରେ ସର୍ବାଧିକ ୪୪ ନିତିକ୍ରାନ୍ତି କରାଯିବ ବୋଲି ଜଣାପଡିଛି । ନିତି ନିର୍ଘଣ୍ଟ ଅନୁସାରେ ମଙ୍ଗଳଆଳତୀ, ମଇଲମ, ଅବକାଶ ଆଦି ନିତି ବଢି ଗୋପାଳବଲ୍ଲଭ, ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ଆଜ୍ଞାମାଳ ପାଇ ସାତପାହାଚ ନିକଟରେ ପାଲିଙ୍କିରେ ବସି ଜଗମୋହନକୁ ବିଜେ କରିବେ। ଏହାପରେ ମହାସ୍ନାନ ବଢି ମାଜଣା,ବନକଲାଗି ଏବଂ ଅଳଙ୍କାର ଲାଗି କରାଯିବା ପରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଚିଠି ଲେଖିବେ।

ଚିଠି ପାଇବା ପରେ ମହାପ୍ରଭୁ ରୁକ୍ମଣୀଙ୍କୁ ହରଣ କରିବା ସହିତ ଶିଶୁପାଳଙ୍କୁ ଯୁଦ୍ଧରେ ପରାସ୍ତ କରି ବିବାହ କରିବେ। ଆସନ୍ତାକାଲି ନବଦମ୍ପତ୍ତିଙ୍କ ଗୁଆଲି ଯାତ୍ରା ଅନୁଷ୍ଠିତ ହେବ। ଅନ୍ୟପଟେ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଜାରି ରହିଥିବା ବେଳେ ମଦନମୋହନଙ୍କ ପରିବର୍ତ୍ତେ ସ୍ୱୟଂ ଦୋଳଗୋବିନ୍ଦ,ଭୂଦେବୀ ଓ ଶ୍ରୀଦେବୀଙ୍କ ସହିତ ଜଳକ୍ରୀଡା ମଣ୍ଡପରେ ସ୍ନାନ କରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories