www.samajalive.in
Tuesday, December 9, 2025
16.1 C
Bhubaneswar

୨୪ଘଣ୍ଟାରେ ଲଘୁଚାପ : ଦୁଇ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ବର୍ଷାର ସମ୍ଭାବନା ରହିଛି। ଗତ ସପ୍ତାହରେ ଲଘୁଚାପ ଜନିତ ବର୍ଷା ବନ୍ୟା ଆଣିଥିବାବେଳେ ଏବେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରଚଣ୍ଡ ଖରା ଓ ତାତି ଲାଗିରହିଛି। ଆଗକୁ ବର୍ଷା ନହେଲେ ପରିସ୍ଥିତି ବିଗିଡ଼ିଯିବାର ବି ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ ବୁଲେଟିନରୁ ମିଳିଥିବା ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ରବିବାର ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତର ଓଡ଼ିଶାର ଅଳ୍ପ କିଛି ଅଞ୍ଚଳରେ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୩ରୁ ୧୪ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ଅଧିକ ଓ ଉତ୍ତର ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବ। ଏହି ସମୟରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସେସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା ରାୟଗଡ଼ା, କଳାହାଣ୍ଡି, ଗଜପତି ଓ ନୂଆପଡ଼ା ଜିଲାର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୪ରୁ ୧୫ ତାରିଖ ମଧ୍ୟରେ କିଛି ଜିଲାରେ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

- Advertisement -

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଲଘୁଚାପର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବନାହିଁ। ପାଗ ଶୁଖିଲା ରହିବ ଓ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ, ତେବେ ଆସନ୍ତା ସପ୍ତାହରେ ବର୍ଷା ସ୍ୱାଭାବିକଠାରୁ ୪୦ରୁ ୫୦ପ୍ରତିଶତ କମିଯିବାର ସମ୍ଭାବନା ରହିଛି।

ରାଜ୍ୟରେ ସେପ୍ଟେମ୍ବରରେ ଏ ପର୍ଯ୍ୟନ୍ତ ବର୍ଷା ସ୍ୱାଭାବିକଠାରୁ ୪୫ପ୍ରତିଶତ କମିଛି। ଝାରସୁଗୁଡ଼ାରେ ଅଧିକ ବର୍ଷା ହୋଇଥିବାବେଳେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଦେବଗଡ଼ ଓ ସୁନ୍ଦରଗଡ଼ରେ ସ୍ୱାଭାବିକ ହୋଇଛି। ନିଅଣ୍ଟିଆ ୨୪ଟି ଜିଲାରୁ ଉପକୂଳରେ ବର୍ଷା ପ୍ରାୟ ଛାଡ଼ିଯାଇଛି। ତେବେ ବନ୍ୟା ଯୋଗୁଁ ଏସବୁ ଜିଲାରେ ମାଟି ବତର ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲାର କିଛି ସ୍ଥାନରେ ଧାନଫସଲ ଅବସ୍ଥା ଭଲନାହିଁ। ଅଗଷ୍ଟରେ ଏହି ତିନି ଜିଲାରେ ସବୁଠୁ କମ ବର୍ଷା ହୋଇଥିଲା। ଆସନ୍ତା ସପ୍ତାହରେ ଏଠାରେ ବର୍ଷା ସମ୍ଭାବନା ନଥିବାରୁ ଧାନ ଫସଲ ପାଇଁ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories