www.samajalive.in
Saturday, December 6, 2025
16.1 C
Bhubaneswar

ଆଜିଠୁ କମିବ ବର୍ଷାର ପରିମାଣ: ୧୧ ପରଠୁ ପୁଣି ବର୍ଷିବ

ଭୁବନେଶ୍ବର : ରାଜ୍ୟରେ ଆଜିଠୁ କମିବ ବର୍ଷାର ପରିମାଣ।  ଦିନରେ ଖରା ସାଙ୍ଗକୁ  ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ୧୧ ପରଠାରୁ ପୁଣି ବର୍ଷାର ବିସ୍ତୃତି ବଢିବ। ରାଜ୍ୟରେ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ତେବେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ପରିମାଣ କମିବ। ଏହି ସମୟ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଙ୍କୀରେ ସର୍ବାଧିକ ୧୭୭ ମି.ମି. ବର୍ଷା ହୋଇଛି। କେନ୍ଦୁଝରର ଘସିପୁରାରେ ୧୨୦.୩ ମି.ମି, ଆନନ୍ଦପୁରରେ ୯୧.୪ ମି.ମି., ଗଞ୍ଜାମର କୁକୁଡ଼ାହାଣ୍ଡିରେ ୭୪ ମି.ମି, ରେଢାଖୋଲରେ ୭୧ ମି.ମି., ଗଞ୍ଜାମ ପୁରୁଷୋତ୍ତମପୁରରେ ୬୨.୮ ମି.ମି., ଭୁବନେଶ୍ବରରେ ୫୨.୬ ଏବଂ କୋରାପୁଟରେ ସର୍ବାଧିକ ୫୧.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଆଜି ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ ଓ ଉତ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାର ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ଜୁନ ୧ରୁ ଜୁଲାଇ ୮ ମଧ୍ୟରେ ରାଜ୍ୟରେ ୨୧୧.୬ ମି.ମି. ବର୍ଷା ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୨୮୫.୮ ମି.ମି. ତୁଳନାରେ ବହୁ ପରିମାଣରେ ନିଅଣ୍ଟିଆ ରହିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories