www.samajalive.in
Saturday, December 6, 2025
19.1 C
Bhubaneswar

୧୯ରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ: ଯୋଗଦେବେ ରାଜନାଥ ସିଂହ

ଭୁବନେଶ୍ବର : ସାଧାରଣ ନିର୍ବାଚନରେ ସଫଳତା ସାଉଁଟିବା ପରେ ପ୍ରଥମଥର ପାଇଁ ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୧୯ ଓ ୨୦ତାରିଖରେ ଦୁଇଦିନ ଧରି ପୁରୀରେ ଅନୁଷ୍ଠିତ ହେବ। ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି। ବୈଠକରେ ଦଳର ପ୍ରଭାରୀ ଓ ସହପ୍ରଭାରୀ ମଧ୍ୟ ଉପସ୍ଥିତ ରହିବେ। ଏଥିସହିତ ବୈଠକରେ ନିର୍ବାଚନରେ ଦଳର ବିଜୟ ସହିତ ଯେଉଁ ଆସନରେ ଦଳୀୟ ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି, ତାହାର ସମୀକ୍ଷା କରାଯିବ। ବୈଠକରେ ଦଳ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ଦିନରେ ଦଳର ରଣନୀତି ଓ କାର୍ଯ୍ୟପନ୍ଥା ବୈଠକରେ ଚୂଡାନ୍ତ ହେବ। ଏଥିସହିତ ଦଳୀୟ ସାଙ୍ଗଠନିକ ରୂପରେଖ, ଦଳ ଓ ସରକାର ମଧ୍ୟରେ ସମନ୍ବୟ ଏବଂ ଆଗକୁ ଥିବା ନିର୍ବାଚନ ସଂକ୍ରାନ୍ତରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଏହି ବୈଠକକୁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସହିତ ମଣ୍ଡଳସ୍ତରରୁ ଆରମ୍ଭ କରି ଜିଲାସ୍ତରୀୟ କର୍ମକର୍ତ୍ତାଙ୍କୁ ଆମନ୍ତ୍ରଣ କରାଯାଇଥିବା ଦଳର ଜଣେ ବରିଷ୍ଠ କର୍ମକର୍ତ୍ତା ସୂଚନା ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories